ଓଡିଶା

odisha

By

Published : Oct 12, 2020, 8:06 PM IST

ETV Bharat / state

କୋରୋନା ପରିଚାଳନା ଅବ୍ୟବସ୍ଥାକୁ ନେଇ ସାମ୍ବାଦିକଙ୍କ ଧାରଣା

ନବରଙ୍ଗପୁର ଜିଲ୍ଲାରେ ବ୍ୟାପକ ପରିମାଣରେ କୋରୋନା ଅବ୍ୟବସ୍ଥା ଦେଖା ଦେଇଛି । ଏହାକୁ ବିରୋଧ କରି ଯଥାଶୀଘ୍ର କୋରୋନା ସେବା ପରିଚାଳନାରେ ଜିଲ୍ଲାରେ ସୁଧାର ଆଣିବାକୁ ଜିଲ୍ଲା ମିଡ଼ିଆ ୟୁନିୟନ ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ..

କୋରୋନା ପରିଚାଳନା ଅବ୍ୟବସ୍ଥାକୁ ନେଇ ସାମ୍ବାଦିକଙ୍କ ଧାରଣା
କୋରୋନା ପରିଚାଳନା ଅବ୍ୟବସ୍ଥାକୁ ନେଇ ସାମ୍ବାଦିକଙ୍କ ଆନ୍ଦୋଳନ

ନବରଙ୍ଗପୁର: ଜିଲ୍ଲାର କୋଭିଡ୍ ହସ୍ପିଟାଲମାନଙ୍କରେ ବ୍ୟାପକ ଅବ୍ୟବସ୍ଥା ଦେଖାଯାଉଛି । ତେବେ ଅବ୍ୟବସ୍ଥାକୁ ଶୀଘ୍ର ସୁଧାରିବା ପାଇଁ ନବରଙ୍ଗପୁର ଜିଲ୍ଲା ମିଡ଼ିଆ ୟୁନିୟନ(ଓୟୁଜେ) ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି ।

କୋରୋନା ପରିଚାଳନା ଅବ୍ୟବସ୍ଥାକୁ ନେଇ ସାମ୍ବାଦିକଙ୍କ ଧାରଣା

ଜିଲ୍ଲାରେ ଦିନକୁ ଦିନ କୋରୋନା ତାର କାୟା ବିସ୍ତାର କରି ଚାଲୁଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏପରି ସ୍ଥଳରେ ଜିଲ୍ଲାରେ କୋଭିଡ ହସ୍ପିଟାଲରେ ଗୁରୁତର ରୋଗୀଙ୍କୁ ଦରକାର ପଡ଼ୁଥିବା ଭେଣ୍ଟିଲେଟର ଏବଂ ଆମ୍ବୁଲାନ୍ସର ଅଭାବ ଯୋଗୁଁ ରୋଗୀକୁ ବାହାରକୁ ପଠାଯାଉଛି । ତେଣୁ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । କୋଭିଡ୍‌ ହସ୍ପିଟାଲରେ ରୋଗୀଙ୍କୁ ଉତ୍ତମ ସେବା ଯୋଗାଇ ଦେବାକୁ ପୂର୍ବରୁ ଏ ନେଇ ଓୟୁଜେ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ଏବଂ ଏହାର ସ୍ଥାୟୀ ସମାଧାନ ଆସନ୍ତା ୧୦ ଦିନ ମଧ୍ୟରେ କରିବାକୁ କୁହାଯାଇଥିଲା ନହେଲେ ଆଗାମୀ ଦିନରେ ଓୟୁଜେ ଧାରଣାରେ ବସିବ ବୋଲି ଚେତାବନୀ ମଧ୍ୟ ଦେଇଥିଲା ।

କିନ୍ତୁ ଦାବିପତ୍ର ପ୍ରଦାନ କରିବାର 20 ଦିନ ବିତି ଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ପ୍ରଶାସନ ତରଫରୁ ସନ୍ତୋଷଜନକ ଉତ୍ତର ମିଳିନଥିବାରୁ ସୋମବାର ଜିଲ୍ଲା ମିଡ଼ିଆ ୟୁନିୟନ(ଓୟୁଜେ) ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆଯାଇଥିଲା । ଖୁବଶୀଘ୍ର ସମସ୍ୟାର ସମାଧାନ କରିବାକୁ ଆନ୍ଦୋଳନକାରୀମାନେ ଦାବି କରିଛନ୍ତି । ସାମ୍ବାଦିକମାନଙ୍କ ଧାରଣାକୁ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳ ତଥା ବିଭିନ୍ନ ସଂଗଠନ ସମ୍ପୂର୍ଣ୍ଣ ମାତ୍ରାରେ ସମର୍ଥନ କରୁଥିବା ଦେଖିବାକୁ ମିଳିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details