ନବରଙ୍ଗପୁର: ମାର୍କସିଟରେ ତ୍ରୁଟିକୁ ନେଇ ନବରଙ୍ଗପୁର ମଡେଲ ଡିଗ୍ରୀ କଲେଜରେ ଛାତ୍ର ଅଶାନ୍ତି । ପ୍ରାକ୍ଟିକାଲ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ କିନ୍ତୁ ମାର୍କସିଟରେ ପ୍ରାକ୍ଟିକାଲ ପରୀକ୍ଷାରେ ଅନୁପସ୍ଥିତ ଦର୍ଶାଯାଇଛି । ଯାହାକୁ ନେଇ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି ନବରଙ୍ଗପୁର ମଡେଲ ଡିଗ୍ରୀ କଲେଜର ଛାତ୍ରଛାତ୍ରୀ ।
ନବରଙ୍ଗପୁର ମଡେଲ ଡିଗ୍ରୀ କଲେଜର ଫିଜିକ୍ସ ବିଭାଗର 24 ଜଣ ଛାତ୍ରଛାତ୍ରୀ ପ୍ରଥମ ସେମିଷ୍ଟାର ପ୍ରାକ୍ଟିକାଲ ପରୀକ୍ଷା ଅଫଲାଇନ ମାଧ୍ୟମରେ ଦେଇଥିଲେ।ତେବେ ପରୀକ୍ଷାରେ ସମସ୍ତ ବିଷୟରେ ମାର୍କ ଥିଲେ ମଧ୍ୟ ପ୍ରାକ୍ଟିକାଲ ବିଷୟରେ ଅନୁପସ୍ଥିତ ଦର୍ଶାଯାଇଛି l ଏନେଇ କଲେଜ କର୍ତ୍ତୃପକ୍ଷ ବାରମ୍ବାର ବ୍ରହ୍ମପୁର ବିଶ୍ବବିଦ୍ୟାଳୟକୁ ଅବଗତ କରିଥିଲେ ମଧ୍ୟ ପ୍ରାକ୍ଟିକାଲ ନମ୍ବର ବର୍ତ୍ତମାନ ପର୍ଯ୍ୟନ୍ତ ମାର୍କ ସିଟରେ ସ୍ଥାନ ଦିଆଯାଇନାହିଁ । ଯାହାକୁ ନେଇ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ବୋଲି ଅଭିଯୋଗ କରିଛନ୍ତି l ପ୍ରାକ୍ଟିକାଲ ମାର୍କ ସିଟ ଅନୁପସ୍ଥିତ ଲେଖା ଥିବା ଦେଖି ଛାତ୍ରଛାତ୍ରୀ ହତାଶ ହୋଇଛନ୍ତି l