ନବରଙ୍ଗପୁର: ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ମାଓ ଅଧ୍ୟୁଷିତ ଅଞ୍ଚଳ ଗସ୍ତ । କୋରାପୁଟ ତଥା ଦକ୍ଷିଣାଞ୍ଚଳ ଡିଆଇଜି ସଫିନ୍ ଅହମ୍ମଦ ନବରଙ୍ଗପୁର ଜିଲ୍ଲାର ମାଓ ଅଧ୍ୟୁଷିତ ରାଇଘର ବ୍ଲକ୍ ତଥା ପଡୋଶୀ ରାଜ୍ୟ ଛତିଶଗଡ଼ର ସୀମାନ୍ତବର୍ତ୍ତୀ ଅଞ୍ଚଳ ଗସ୍ତ କରିଛନ୍ତି । ଏଥିସହ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ସହ ମାଓ ମୁକାବିଲା ସାଙ୍ଗକୁ ଉପାନ୍ତ ଅଞ୍ଚଳର ସାଧାରଣ ଲୋକଙ୍କୁ ସୁରକ୍ଷା ଯୋଗାଇଦେବା ସମ୍ପର୍କରେ ଆଲୋଚନା କରିଛନ୍ତି।
ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ମାଓ ଅଧ୍ୟୁଷିତ ଅଞ୍ଚଳ ଗସ୍ତ - ଡିଆଇଜିଙ୍କ ମାଓ ଅଧୁସିତ ଅଞ୍ଚଳ ଗସ୍ତ
କୋରାପୁଟ ତଥା ଦକ୍ଷିଣାଞ୍ଚଳ ଡିଆଇଜି ସଫିନ୍ ଅହମ୍ମଦ ନବରଙ୍ଗପୁର ଜିଲ୍ଲାର ମାଓ ଅଧୁସିତ ରାଇଘର ବ୍ଲକ୍ ତଥା ପଡୋଶୀ ରାଜ୍ୟ ଛତିଶଗଡ଼ର ସୀମାନ୍ତବର୍ତ୍ତୀ ଅଞ୍ଚଳ ଗସ୍ତ କରିଛନ୍ତି ।
![ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ମାଓ ଅଧ୍ୟୁଷିତ ଅଞ୍ଚଳ ଗସ୍ତ ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ମାଓ ଅଧୁସିତ ଅଞ୍ଚଳ ଗସ୍ତ](https://etvbharatimages.akamaized.net/etvbharat/prod-images/768-512-8991998-945-8991998-1601445464778.jpg)
ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ମାଓ ଅଧୁସିତ ଅଞ୍ଚଳ ଗସ୍ତ
ପରେ ଉମରକୋଟ ଥାନା ପରିସରରେ ଜିଲ୍ଲାର ରାଇଘର, ଚନ୍ଦାହାଣ୍ଡି, ଝରିଗାଁ ଏବଂ ଉମରକୋଟ ବ୍ଲକର ଉପାନ୍ତ ଅଞ୍ଚଳଗୁଡିକ ପ୍ରତି ଅଧିକ ଗୁରୁତ୍ବ ଦେବାକୁ ସ୍ଥାନୀୟ ପୋଲିସ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଏହାସହ କୋରୋନା ମହାମାରୀ ଠାରୁ ନିଜେ ସୁରକ୍ଷିତ ରହିବା ସଙ୍ଗେ ସଙ୍ଗେ ଲୋକଙ୍କୁ ସୁରକ୍ଷିତ ରଖିବା ଦିଗରେ କଡା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଏହି ଗସ୍ତ ସମୟରେ ଡିଆଇଜିଙ୍କ ସହ ନବରଙ୍ଗପୁର ଏସପି ନିତିନ କୁସଲକର ମଧ୍ୟ ଉପସ୍ଥିତ ଥିଲେ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ