ଓଡିଶା

odisha

ETV Bharat / state

ବୁଲା କୁକୁରଙ୍କ ଆତଙ୍କରେ ଆତଙ୍କିତ ନବରଙ୍ଗପୁର - ବୁଲା କୁକୁର

ନବରଙ୍ଗପୁର ସହରରେ ବଢି ଚାଲିଛି ବୁଲା କୁକୁରଙ୍କ ଆତଙ୍କ । ସହରରେ ବୁଲୁଛନ୍ତି ୨୫୦୦ରୁ ୩୦୦୦ ବୁଲା କୁକୁର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

By

Published : Aug 9, 2019, 8:26 PM IST

ନବରଙ୍ଗପୁର: ସହରରେ କୁକୁରମାନଙ୍କ ଆତଙ୍କ ଦିନକୁ ଦିନ ବଢିବାରେ ଲାଗିଛି । ନବରଙ୍ଗପୁର ସହରରେ ଆନୁମାନିକ ୨୫୦୦ରୁ ୩୦୦୦ ବୁଲା କୁକୁର ବୁଲିବାର ଦେଖିବାକୁ ମିଳୁଛି । ଅନେକ ସମୟରେ ଲୋକେ କୁକୁର କାମୁଡ଼ାର ଶିକାର ହେଉଥିବା ବେଳେ ମ୍ୟୁନିସିପାଲିଟି କିମ୍ବା ପ୍ରଶାସନ ପକ୍ଷରୁ ଏହାର କିଛି ପଦକ୍ଷେପ ନେଉ ନ ଥିବାରୁ ଲୋକଙ୍କ ଅସନ୍ତୋଷ ବୃଦ୍ଧି ପାଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର


ନବରଙ୍ଗପୁରର ପ୍ରତ୍ୟେକ ସାହିରେ ଦଶରୁ କୋଡିଏ କୁକୁର ବୁଲିବାରେ ଦେଖା ଯାଉଛି । ଏଥିପାଇଁ ଛୋଟ ପିଲାମାନେ ଯିବା ଆସିବାରେ ଅସୁବିଧା ସମୁଖୀନ ହେଉଛନ୍ତି । ଏପରିକି ମୁଖ୍ୟ ଚିକିତ୍ସାଲୟକୁ ରାତି ଅଧରେ ଯିବାକୁ ସହରବାସୀ ଭୟ କରୁଛନ୍ତି । ବିଗତ କିଛି ଦିନ ଭିତରେ ବହୁତ ଲୋକଙ୍କୁ କୁକୁର କାମୁଡିଥିବା ସହ କୁକୁରଙ୍କ ପାଇଁ ଅନେକ ଲୋକ ଦୁର୍ଘଟଣାର ସମୁଖୀନ ହେଉଛନ୍ତି । କିଛି ପାଗଳ କୁକୁର ମଧ୍ୟ ସହରରେ ବୁଲିବା ଦେଖାଯାଉଛି ।

ବୁଲା କୁକୁର ବର୍ତ୍ତମାନ ନବରଙ୍ଗପୁର ସହରର ମୁଖ୍ୟ ସମସ୍ୟା ପାଲଟିଯାଇଥିବା ବେଳେ ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ମ୍ୟୁନିସିପାଲିଟି କିଛି ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ପ୍ରକାଶ ପାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details