ନବରଙ୍ଗପୁର: ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି ବିଷାଗୁଡ଼ା ଗ୍ରାମର ଅଙ୍ଗନବାଡି ଗୃହ । ଦୀର୍ଘ ଦିନ ହେବ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ପୂଜାରୀଗୁଡା ପଞ୍ଚାୟତର ବିଷାଗୁଡ଼ା ଗ୍ରାମର ଅଙ୍ଗନବାଡି ଗୃହ ଭଙ୍ଗା ଯିବା ଘଟଣାକୁ ନେଇ ବିବାଦ ଲାଗି ରହିଛି। ତେଣୁ ଏହି ଘଟଣାକୁ ନେଇ ଗୁରୁବାର ତଦନ୍ତ ପାଇଁ ବିଷାଗୁଡ଼ା ଗ୍ରାମରେ ନବରଙ୍ଗପୁର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ନାୟକ ପହଞ୍ଚିଥିଲେ ।
ସୂଚନା ଅନୁୟାୟୀ, ଦୀର୍ଘ ବର୍ଷ ଧରି ଜରାଜୀର୍ଣ୍ଣ ଓ ବିପଦ ସଙ୍କେତ ଅବସ୍ଥାରେ ପଡ଼ି ରହିଥିବା ବିଷାଗୁଡ଼ା ଗ୍ରାମର ଅଙ୍ଗନବାଡି ଗୃହରେ ପିଲାମାନେ ବସିବା ପାଇଁ ଯାଗା ନଥିଲା ବେଳେ ସେମାନଙ୍କ ପାଠ ପଢା ପ୍ରଭାବିତ ହେଉଛି । ଯାହା ଫଳରେ କୁନି କୁନି ପିଲାମାନଙ୍କ ପ୍ରାକ ଶିକ୍ଷାରେବାଧା ସୃଷ୍ଟି ହେଉଛି ।
ଏପଟେ ଗୃହ ଭୁଶୁଡ଼ି ପଡ଼ିବା ଆଶଙ୍କା ଥିବାରୁ ଅଙ୍ଗନବାଡି ଦିଦି ବାଧ୍ୟ ହେଇ ତାଙ୍କ ପାଚିକାଙ୍କ ଘରେ ପିଲାମାନଙ୍କୁ ନେଇ ପାଠ ପଢ଼ାଉଥିଲେ । ଏବେ କିଛି ଦିନ ହବ ଆମ ଗାଁ ଆମ ବିକାଶ ଗୋଷ୍ଠୀ ଉନ୍ନୟନ କେନ୍ଦ୍ରରେ ଶିକ୍ଷା ଦାନ ଚାଲିଛି।