ନବରଙ୍ଗପୁର: ଜିଲ୍ଲାର ମୁଖ୍ୟ ବ୍ୟବସାୟିକ କେନ୍ଦ୍ର ଉମରକୋଟ ପୌରାଞ୍ଚଳ ଓ ବ୍ଲକ ସଟଡାଉନ୍ ଘୋଷଣା କଲେ ଜିଲ୍ଲାପାଳ । ଶୁକ୍ରବାର ମଧ୍ୟରାତ୍ରିରୁ ଆସନ୍ତା 29 ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ସଟଡାଉନ ଘୋଷଣା କଲେ ନବରଙ୍ଗପୁର ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ।
ଉମରକୋଟ ଅଞ୍ଚଳରୁ ଅନେକ କୋରୋନା ସଂକ୍ରମିତ ଚିହ୍ନଟ ହେବା ସହ ସାମାଜିକ ଦୂରତ୍ବ ଓ ମାସ୍କ ବ୍ୟବହାର ନିୟମକୁ ଅଣଦେଖା କରାଯାଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଫୋନ୍ ଯୋଗେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ।