ନବରଙ୍ଗପୁର : କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲାପାଳ ଜାରି କରିଛନ୍ତି ନୂଆ କଟକଣା । ସମସ୍ତ ବିଧାୟକ ଓ ସାଂସଦଙ୍କ ସହିତ ଆଲୋଚନା କରି ପ୍ରସ୍ତୁତ ହୋଇଥିବା ନୂତନ କଟକଣା ଅନୁସାରେ ପ୍ରତି ଶନିବାର ଓ ରବିବାର ଜିଲ୍ଲାରେ ସାପ୍ତାହିକ ସଟ ଡାଉନ ଲାଗୁ କରିଛନ୍ତି । ସପ୍ତାହର ଅନ୍ୟ ଦିନ ଗୁଡିକ ସକାଳ ୭ ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ ।
୩୧ ଜୁଲାଇ ପର୍ଯ୍ୟନ୍ତ ଲାଗୁ ହୋଇଥିବା ଏହି ନୂତନ ନିୟମ ଅନୁସାରେ ୭ରୁ ଅଧିକ ଲୋକେ ଘର ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଏକାଠି ହୋଇପାରିବେନି । ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନଗୁଡିକ ସାଧାରଣ ଦର୍ଶନ ନିମନ୍ତେ ୩୧ ଜୁଲାଇ ପର୍ଯ୍ୟନ୍ତ ବନ୍ଦ ରହିବ ।