ଓଡିଶା

odisha

ନବରଙ୍ଗପୁରରେ 156 ନୂଆ କୋରୋନା ସଂକ୍ରମିତ ଚିହ୍ନଟ

By

Published : Apr 17, 2021, 7:07 AM IST

ବଢି ଚାଲିଛି କୋରୋନା ପ୍ରକୋପ । ନବରଙ୍ଗପୁର ଜିଲ୍ଲାରେ ପୁଣି ସଂକ୍ରମିତ ହେଲେ ଅନେକ ଲୋକ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ନବରଙ୍ଗପୁର: ଜିଲ୍ଲାରେ କୋରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଗୋଟିଏ ଦିନରେ ନବରଙ୍ଗପୁର ଜିଲ୍ଲାରେ ସର୍ବାଧିକ 156 ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟକୁ ଲାଗି ରହିଥିବା ବ୍ଲକ ଗୁଡିକରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି।

ଶୁକ୍ରବାର ଚିହ୍ନଟ 156 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ରାଇଘର ବ୍ଲକରୁ 71 ଜଣ, ଚନ୍ଦାହାଣ୍ଡି ଓ ଉମରକୋଟ ବ୍ଲକରୁ 25 ଜଣ ଲେଖାଏ, ଝରୀଗାଁ ବ୍ଲକରୁ 13 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ନବରଙ୍ଗପୁର ପୌରାଞ୍ଚଳ ଓ ନନ୍ଦାହାଣ୍ଡି ବ୍ଲକରୁ 5 ଜଣ ଲେଖାଏଁ ସେହିପରି ଉମରକୋଟ ପୌରାଞ୍ଚଳ ଓ ନବରଙ୍ଗପୁର ବ୍ଲକରୁ 3 ଜଣ ଲେଖାଏ, ଡାବୁଗାଁ, ତେନ୍ତୁଳିଖୁଣ୍ଟି ବ୍ଲକରୁ 2 ଜଣ ଲେଖାଏ ପାପଡାହାଣ୍ଡି, କୋଷାଗୁମୁଡା ବ୍ଲକରୁ ଜଣେ ଲେଖାଏଁ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ଚିହ୍ନଟ ନୂଆ ସଂକ୍ରମିତଙ୍କୁ ମିଶାଇ ବର୍ତ୍ତମାନ 677 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 648 ଜଣ ଏକାନ୍ତଵାସରେ ରହି ଚିକିତ୍ସିତ ହେଉଥିବାର ସୂଚନା ଜିଲ୍ଲା ପ୍ରଶାସନ ତରଫରୁ ଦିଆଯାଇଛି ।

ଦିନକୁ ଦିନ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କେତେକ ଗୁରୁତ୍ବପୂର୍ଣ୍ଣ କଟକଣା ଲାଗୁ କରିଛନ୍ତି ଜିଲ୍ଲା ପ୍ରଶାସନ । ଛତିଶଗଡରେ ସଂକ୍ରମଣ ବ୍ୟାପକ ହୋଇଥିବାରୁ ନବରଙ୍ଗପୁର ଜିଲ୍ଲାରେ ଥିବା ସହରାଞ୍ଚଳରେ ଲାଗୁ ହୋଇଥିବା ରାତ୍ରିକାଳୀନ କର୍ଫ୍ୟୁର ଅବଧି ବଢାଯାଇଛି।

ଶୁକ୍ରବାର ଠାରୁ ସନ୍ଧ୍ୟା 6ଟାରୁ ସକାଳ 5ଟା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହା ଲାଗୁ କରାଯାଇଛି । ସେହିପରି ଶନିବାର ଠାରୁ 2 ଦିନିଆ ସାପ୍ତାହିକ ସଟ୍‌ଡାଉନ୍‌ ଲାଗୁ ହେବ।

ତେବେ ରାତ୍ରିକାଳୀନ କର୍ଫ୍ୟୁ ସମୟରେ ଜରୁରୀକାଳୀନ ସେବାକୁ ଅନୁମତି ମିଳିବ। ବିଦ୍ୟୁତ, ସ୍ବାସ୍ଥ୍ୟ, ଜଳଯୋଗାଣ ଏବଂ ଖାଦ୍ୟର ହୋମ ଡେଲିଭରି ଆଦି ସେବା ଜାରି ରହିବ। ଏଥିରେ ନିୟୋଜିତ ଥିବା କର୍ମଚାରୀ ପୋଲିସକୁ ନିଜର ପରିଚୟ ପତ୍ର ଦେଖାଇ ଯାଇପାରିବେ । ରାତ୍ରିକାଳୀନ କର୍ଫ୍ୟୁ ସମୟରେ ମାଲ ପରିବହନ କରୁଥିବା ଯାନବାହାନ ପୂର୍ବ ଭଳି ଚାଲିବ। ଜନସାଧାରଣଙ୍କ ଗତିକୁ ନିୟନ୍ତ୍ରଣ ପାଇଁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details