ନବରଙ୍ଗପୁର:ଜିଲ୍ଲାରେ ଦିନକୁ ଦିନ ଥମିବାର ନାଁ ନେଉ ନାହିଁ କୋରୋନା । ଗତ ଗୁରୁବାର ଦୈନିକ ସଂକ୍ରମଣରେ ସାମାନ୍ୟ ହ୍ରାସ ପାଇଥିବା ବେଳେ ଶୁକ୍ରବାର ପୁଣି ଉପରମୁହାଁ ହେବା ଫଳରେ ଜିଲ୍ଲାରୁ 362 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l
ଶୁକ୍ରବାର ଚିହ୍ନଟ ହାେଇଥିବା 362 ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ଉମରକୋଟ ବ୍ଲକରୁ 71 ଏବଂ ଉମରକୋଟ ପୌରାଞ୍ଚଳରୁ 44, ଚନ୍ଦାହାଣ୍ଡି ବ୍ଲକରୁ 36, ନବରଙ୍ଗପୁର ପୌରାଞ୍ଚଳରୁ ଓ ଝରିଗାଁ ବ୍ଲକରୁ 34 ଜଣ ଲେଖାଏଁ, କୋଷାଗୁମୁଡା ବ୍ଲକରୁ 29, ନନ୍ଦାହାଣ୍ଡି ବ୍ଲକରୁ 27, ଡାବୁଗାଁ ବ୍ଲକରୁ 25 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଇଘର ବ୍ଲକରୁ 20, ତେନ୍ତୁଳିଖୁଣ୍ଟି ବ୍ଲକରୁ 19, ନବରଙ୍ଗପୁର ବ୍ଲକରୁ 14 ଜଣ ଏବଂ ପାପଡାହାଣ୍ଡି ବ୍ଲକରୁ 9 ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l