ଓଡିଶା

odisha

ETV Bharat / state

ସୀମାନ୍ତରେ ବ୍ରିଜ ନିର୍ମାଣ ପାଇଁ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା ନବରଙ୍ଗପୁର ଜିଲ୍ଲା କଂଗ୍ରେସ

ଓଡିଶା-ଛତିଶଗଡ ସୀମାନ୍ତ ଅଞ୍ଚଳର ଏକ ସେତୁ ନିର୍ମାଣ ପାଇଁ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି କରିଛି ନବରଙ୍ଗପୁର ଜିଲ୍ଲା କଂଗ୍ରେସ । ଅଧିକ ପଢନ୍ତୁ...

By

Published : Oct 19, 2021, 4:44 PM IST

nabarangpur district congress meet Chhattisgarh cm bhupesh baghel
ସୀମାନ୍ତରେ ବ୍ରିଜ ନିର୍ମାଣ ପାଇଁ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା ନବରଙ୍ଗପୁର ଜିଲ୍ଲା କଂଗ୍ରେସ

ନବରଙ୍ଗପୁର: ବ୍ରିଜ ନିର୍ମାଣ ପାଇଁ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା ନବରଙ୍ଗପୁର ଜିଲ୍ଲା କଂଗ୍ରେସ। ଓଡିଶା-ଛତିଶଗଡ ସୀମାନ୍ତ ଅଞ୍ଚଳର ଏକ ସେତୁ ନିର୍ମାଣ ପାଇଁ ଦାବି କରିଛି ନବରଙ୍ଗପୁର ଜିଲ୍ଲା କଂଗ୍ରେସ ।

ସୀମାନ୍ତରେ ବ୍ରିଜ ନିର୍ମାଣ ପାଇଁ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା ନବରଙ୍ଗପୁର ଜିଲ୍ଲା କଂଗ୍ରେସ

କୋଷାଗୁମୁଡ଼ା ବ୍ଲକ ସୀମାନ୍ତ ଛତିଶଗଡ଼ ରାଜ୍ୟର ବସ୍ତର ଜିଲ୍ଲା ଗୀରୋଲା ମା ହିଙ୍ଗୁଳାଜିନ୍ ମନ୍ଦିର ପରିସରରେ ଉଭୟ ରାଜ୍ୟର କଂଗ୍ରେସ କର୍ମୀ ଓ ନେତାଙ୍କ ବୈଠକ ଅନୁଷ୍ଠତି ହୋଇଥିଲା । ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବୈଠକରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଯୋଗଦେଇଥିଲେ । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଛତିଶଗଡ଼ ଓ ଓଡ଼ିଶା ରାଜ୍ୟକୁ ସଂଯୋଗ କରୁଥିବା କୁରୁନ୍ତି ନଦୀରେ ଏକ ସେତୁ ନିର୍ମାଣ କରିବା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି ।

ସୀମାନ୍ତରେ ବ୍ରିଜ ନିର୍ମାଣ ପାଇଁ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା ନବରଙ୍ଗପୁର ଜିଲ୍ଲା କଂଗ୍ରେସ

ଏହି ବୈଠକରେ ବସ୍ତର ବିଧାୟକ ଲୋକେଶ୍ବର ବଘେଲ, ବସ୍ତର ସାଂସଦ ଦୀପକ ଭେଜ, ଛତିଶଗଡ଼ ସରକାରଙ୍କ ମନ୍ତ୍ରୀ କବାସି ଲକମା, ନବରଙ୍ଗପୁର ଜିଲ୍ଲା ଡାବୁଗାଁ ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟକ ଭୁଜବଳ ମାଝି, ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ , ଏଆଇସିସି ସଭ୍ୟା ମନସା ତ୍ରିପାଠୀ , କୋଷାଗୁମୁଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ଗୀତାମଣି ସମରଥ, ବ୍ଲକ ଉପାଧ୍ୟକ୍ଷ ପଦମସାଏ ମାଳି, ନବରଙ୍ଗପୁର ଜିଲ୍ଲା କଂଗ୍ରେସ ଉପସଭାପତି ତଥା ମୁଖପାତ୍ର ଧରମ ସିଂ, ଭୁବନେଶ୍ବର ନାୟକ , ଯୁଗଧର ହରିଜନ , ଆର. ପ୍ରଭାକର ରାଓଙ୍କ ସହ କୋଷାଗୁମୁଡା ବ୍ଲକର ବହୁ ନେତା ଉପସ୍ଥିତ ରହିଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details