ନବରଙ୍ଗପୁର:ଉତ୍କଳ ଦିବସ ଅବସରରେ ନବରଙ୍ଗପୁର ସହରାଞ୍ଚଳ ଡାକ୍ତରଖାନାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ରକ୍ତଦାନ କରି ସହିତ ଜିଲ୍ଲାର ଯୁବ ଗୋଷ୍ଠୀଙ୍କୁ ରକ୍ତଦାନ କରିବା ପାଇଁ ଉତ୍ସାହିତ କରିଛନ୍ତି । ଏଭଳି ମହତ୍ କାର୍ଯ୍ୟ କରି ଜିଲ୍ଲାପାଳ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।
ବିଶେଷ କରି ନବରଙ୍ଗପୁର ଜିଲ୍ଲା ଭଳି ଉପାନ୍ତ ଅଞ୍ଚଳରେ ହୋଇ ଥିବାରୁ ଏଠାରେ ମାସକୁ ହଜାର ୟୁନିଟ ରକ୍ତର ଆବଶ୍ୟକତା ପଡ଼େ । ସଚେତନତା ଅଭାବରୁ ରକ୍ତ ସଂଗ୍ରହ ହୋଇ ପାରୁନାହିଁ l ଗରିବ ଶ୍ରେଣୀର ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଯୁବ ଗୋଷ୍ଠୀ ଆଗେଇ ଆସି ରକ୍ତଦାନ ଶିବିର ମାଧ୍ୟମରେ ରକ୍ତଦାନ କରିବାକୁ ଜିଲ୍ଲାପାଳ ଆହ୍ବାନ ଦେଇଛନ୍ତି ।