ଓଡିଶା

odisha

ETV Bharat / state

ଆଇନ ଶୃଙ୍ଖଳା ଅବ୍ୟବସ୍ଥା ନେଇ ମହିଳା ମୋର୍ଚ୍ଚାର କୋକେଇ ଶୋଭାଯାତ୍ରା - ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ମହିଳା ମୋର୍ଚ୍ଚାର କୋକେଇ ଶୋଭାଯାତ୍ରା

ରାଜ୍ୟ ଆଇନ ମନ୍ତ୍ରୀଙ୍କ ବହିଷ୍କାର, ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗିରଫ ଦାବି ସହ ରାଜ୍ୟ ବିପର୍ଯ୍ୟୟ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ନବରଙ୍ଗପୁର ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ପ୍ରତିବାଦ । ଅଧିକ ପଢନ୍ତୁ

ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ମହିଳା ମୋର୍ଚ୍ଚାର କୋକେଇ ଶୋଭାଯାତ୍ରା
ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ମହିଳା ମୋର୍ଚ୍ଚାର କୋକେଇ ଶୋଭାଯାତ୍ରା

By

Published : Dec 11, 2021, 9:20 PM IST

ନବରଙ୍ଗପୁର: ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ମହିଳା ମୋର୍ଚ୍ଚାର କୋକେଇ ଶୋଭାଯାତ୍ରା । ରାଜ୍ୟ ଆଇନ ମନ୍ତ୍ରୀଙ୍କ ବହିଷ୍କାର, ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗିରଫ ଦାବି ସହ ରାଜ୍ୟ ବିପର୍ଯ୍ୟୟ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ନବରଙ୍ଗପୁର ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ପ୍ରତିବାଦ ।

ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ମହିଳା ମୋର୍ଚ୍ଚାର କୋକେଇ ଶୋଭାଯାତ୍ରା

ରାଜ୍ୟ ଆଇନଶୃଙ୍ଖଳାର କୋକେଇ ଶୋଭାଯାତ୍ରା କରି ପ୍ରତିବାଦ ଜଣାଇଛି ନବରଙ୍ଗପୁର ଜିଲ୍ଲା ବିଜେପିର ମହିଳା ମୋର୍ଚ୍ଚା । ମା’କୁ ସମ୍ମାନର ଦ୍ବାହି ଦେଇ ଶାସନ ଗାଦି ଅକ୍ତିଆର କରିଥିବା ବିଜେଡି କିନ୍ତୁ ଶାସନକୁ ଫେରିବା ପରେ ସବୁ ପ୍ରତିଶ୍ରୁତି ଭୁଲି ଯାଇଛି ଏବଂ ନାରୀ ସବୁ ଠାରୁ ଅସୁରକ୍ଷିତ ହୋଇପଡିଥିବା ଅଭିଯୋଗ କରିଛି ଜିଲ୍ଲା ବିଜେପି ।

ମମିତା ମେହେରର ହତ୍ୟାକାଣ୍ଡରେ ଖୋଦ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଜଡିତ ଥାଇ ମନ୍ତ୍ରୀ ଇସ୍ତଫା ନ ଦେଇ ତାଙ୍କୁ ସୁରକ୍ଷା ପ୍ରଦାନ କରାଯାଉଥିବା ଅଭିଯୋଗ କରିଛି । ବିଜେପି ପକ୍ଷରୁ ଏକ ଆଇନ ଶୃଙ୍ଖଳାର କୋକେଇ ଶୋଭାଯାତ୍ରା ବାହାର କରି ସହର ପରିକ୍ରମା କରି ସ୍ଥାନୀୟ ପିଡବ୍ଲ୍ୟୁଡି କାର୍ଯ୍ୟାଳୟ ନିକଟରେ କୋକେଇ କୁ ନିଆଁ ଲଗାଇ ଦାହ କରିଥିଲେ । ଏବଂ ରାଜ୍ୟ ଗୃହ ମନ୍ତ୍ରୀଙ୍କ ଗିରଫ ଓ ଆଇନ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details