ନବରଙ୍ଗପୁର:ଅସମ୍ଭାଳ ହେଲାଣି ବିଦ୍ୟୁତ ବିଭ୍ରାଟ l ପ୍ରବଳ ତାତି ସାଙ୍ଗକୁ ବାରମ୍ବାର ବିଦ୍ୟୁତ କାଟ ଲୋକଙ୍କୁ ବ୍ୟସ୍ତବିବ୍ରତ କରୁଛି । ଯାହାକୁ ନେଇ ଟି.ପି. ଦକ୍ଷିଣାଞ୍ଚଳ ଓଡ଼ିଶା ବିତରଣ ଲିମିଟେଡ଼ ଅନ୍ତର୍ଗତ ନବରଙ୍ଗପୁର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଘେରିଛନ୍ତି ଜିଲ୍ଲା ବାର ଆସୋସିଏସନ ଏବଂ ଚାମ୍ବର ଅଫ କମର୍ସର କର୍ମକର୍ତ୍ତା l
TPSODL ବିଭାଗକୁ ଅଧୀନକୁ ନେଲା ବେଳେ ଲୋକଙ୍କୁ ଉତ୍ତମ ବ୍ୟବସ୍ଥା ଯୋଗାଇବାର ଚୁକ୍ତି କରିଥିଲା । କିନ୍ତୁ ଦୀର୍ଘ ୩ ମାସ ହେବ ସହରରେ ବିନା କାରଣରେ ବାରମ୍ବାର ବିଦ୍ୟୁତ କାଟ ହେଉଛି । ସେପଟେ ଗାଁ ଗହଳି କଥା ନ କହିବା ଭଲ l ବିନା ବର୍ଷା ପବନରେ ବିଦ୍ୟୁତ କାଟ ହେଉଥିଲେ ମଧ୍ୟ କାଳବୈଶାଖୀର ରୂପ ଦେଉଛି ବିଦ୍ୟୁତ ବିଭାଗ l ପ୍ରବଳ ଗରମରେ ଘନ ଘନ ବିଦ୍ୟୁତ କାଟ ଏବେ ଲୋକଙ୍କ ପାଇଁ ଚିନ୍ତା ବଢ଼ାଇଛି ।