ଓଡିଶା

odisha

ETV Bharat / state

ନବରଙ୍ଗପୁରରେ ବନ୍ୟା ଆଶଙ୍କା ! - ଇନ୍ଦ୍ରାବତୀ ନଦୀ

ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ନବରଙ୍ଗପୁରରେ ସୃଷ୍ଟିହେଲାଣୀ ବନ୍ୟା ପରିସ୍ଥିତି , ନଦୀକୂଳିଆ ଲୋକେ ଭୟଭୀତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

By

Published : Jul 29, 2019, 9:57 PM IST


ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଳକରେ ଲଘୁଚାପ ଜନିତ ବର୍ଷା ପ୍ରଭାବ ଯୋଗୁଁ ଗାଁ ଗହଳିରେ ଥିବା ଘର ଦ୍ଵାର ଭୁଶୁଡ଼ି ଯିବା ସହ ଘରେ ଘରେ ପାଣି ପଶି ବହୁ ଆସବାପତ୍ର ନଷ୍ଟ ହୋଇଯାଇଛି।

ପ୍ରବଳ ବର୍ଷା ଯୋଗୁଁ ନଦୀ ନାଳ, ରାସ୍ତା ଉପରେ ପାଣି ପ୍ରଭାବିତ ହେବା ଫଳରେ ଯାତାୟତ ସମ୍ପୂର୍ଣ୍ଣ ଭାବେ ଠପ ହୋଇଯାଇଛି । ଇନ୍ଦ୍ରାବତୀ ନଦୀ, ଟୁରୀ ନଦୀ ଓ ଭାସ୍କର ନଦୀ ରେ ବନ୍ୟା ଆଶଙ୍କା କରୁଛନ୍ତି ସ୍ଥାନୀୟ ବାସିନ୍ଦା । ଫଳରେ ନଦୀ କୂଳରେ ବାସ କରୁଥିବା ଗାଁ ଗୁଡ଼ିକର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସେମାନଙ୍କ ପାଖରେ ବର୍ତ୍ତମାନ ସୁଦ୍ଧା ପ୍ରଶାସନ ପହଞ୍ଚି ପାରିନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଯଦି ଲଘୁଚାପ ଜନିତ ବର୍ଷା ଲାଗି ରହେ ତାହେଲେ କୋଷାଗୁମୁଡ଼ା ବ୍ଲକରେ ବନ୍ୟା ହେବା ବହୁତ ସମ୍ଭାବନା ରହିଛି । ତେଣୁ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ କୁ ବନ୍ୟାର ମୁକାବିଲା ପାଇଁ ଆଗୁଆ ସଜାଗ ରହିବାକୁ ପଡ଼ିବ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details