ନବରଙ୍ଗପୁର: ବନ୍ଦ ହେଲା ନବରଙ୍ଗପୁର କୋର୍ଟ । ଆଜିଠୁ ସେପ୍ଟେମ୍ବର 22 ପର୍ଯ୍ୟନ୍ତ କୋର୍ଟ ବନ୍ଦ ରହିବ ବୋଲି ଜିଲ୍ଲା ମାଜିଷ୍ଟ୍ରେଟ ସୂଚନା ଦେଇଛନ୍ତି । କୋର୍ଟ କାର୍ଯ୍ୟାଳୟରୁ କୋରୋନା ଚିହ୍ନଟ ପରେ ଏପରି ନିଷ୍ପତ୍ତି ନିଆଯାଇଛି ।
ଆଜିଠୁ 22 ତାରିଖ ଯାଏଁ ନବରଙ୍ଗପୁର କୋର୍ଟ ବନ୍ଦ - କୋରୋନା ଚିହ୍ନଟ ପରେ ନବରଙ୍ଗପୁର କୋର୍ଟ ବନ୍ଦ
ଆଜିଠୁ ଆସନ୍ତା 22 ତାରିଖ ଯାଏଁ ନବରଙ୍ଗପୁର କୋର୍ଟକୁ ବନ୍ଦ ରଖିବାକୁ ନବରଙ୍ଗପୁର ପ୍ରଶାସନ ଘୋଷଣା କରିଛି । କୋର୍ଟର କାର୍ଯ୍ୟରତ 2 କର୍ମଚାରୀ କୋରୋନା ଆକ୍ରାନ୍ତ ପରେ ଏପରି ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ...
ଆଜି ଠୁ 22 ତାରିଖ ଯାଏଁ ନବରଙ୍ଗପୁର କୋର୍ଟ ବନ୍ଦ
ସୂଚନାଯୋଗ୍ୟ, ଶୁକ୍ରବାର କୋର୍ଟ କାର୍ଯ୍ୟାଳୟରେ କାର୍ଯ୍ୟରତ ୨ ଜଣ କର୍ମଚାରୀ କୋରୋନା ଆକ୍ରାନ୍ତ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲା ପ୍ରଶାସନ ରବିବାର ମଧ୍ୟରାତ୍ର ଠାରୁ ସେପ୍ଟେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ଫଳରେ ସୋମବାର ଠାରୁ କୌଣସି କୋର୍ଟ ସେବା ଉପଲବ୍ଧ ହେବ ନାହିଁ ।
ନବରଙ୍ଗପୁରରୁ ତପନ ବିଷୋୟୀ,ଇଟିଭି ଭାରତ