ନବରଙ୍ଗପୁର: ରାଜ୍ୟରେ ଧୀରେ ଧୀରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନା ନେଉନି। ଶୁକ୍ରବାର ଜିଲ୍ଲାରେ 65 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 5 ହଜାର ଟପିଛି ।
ଶୁକ୍ରବାର ଚିହ୍ନଟ 65 ଆକ୍ରାନ୍ତଙ୍କ ମଧ୍ୟରୁ ପାପଡାହାଣ୍ଡି ବ୍ଲକରୁ 18 ଜଣ, ଡାବୁଗାଁ ବ୍ଲକରୁ 8 ଜଣ, ତେନ୍ତୁଳିଖୁଣ୍ଟି ବ୍ଲକରୁ 7 ଜଣ, ନବରଙ୍ଗପୁର ପୌରାଞ୍ଚଳ ଓ ନନ୍ଦାହାଣ୍ଡି ବ୍ଲକରୁ 6-6, ଉମରକୋଟ ପୌରାଞ୍ଚଳ ଓ କୋଷାଗୁମୁଡା, ରାଇଘର ବ୍ଲକରୁ 5-5-5 , ଝରିଗାଁ ବ୍ଲକରୁ 3ଜଣ, ଉମରକୋଟ ବ୍ଲକରୁ 2 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।