ନବରଙ୍ଗପୁର: ଧୀରେ ଧୀରେ ସଫା ହେଉଛି ଅଭିଭକ୍ତ କୋରାପୁଟ ଜିଲ୍ଲାରୁ ଅଖିଳ ଭାରତୀୟ ଜାତୀୟ କଂଗ୍ରେସ । ଦଳର ହେଭିୱେଟ ଦଳ ଛାଡିବା ପୂର୍ବରୁ ଆଗ ଦଳ ଛାଡୁଛନ୍ତି ସମର୍ଥକ ଓ ଛାମୁଆ ନେତା । କିଛି ଦିନ ତଳେ ପୂ୍ର୍ବତନ ବିଧାୟକ କୈଳାଶ କୁଲେଶିକା ବିଜେଡିରେ ମିଶିବାର ଗୋଟିଏ ଦିନ ପରେ ଆଜି ନବରଙ୍ଗପୁର ଯୁବ କଂଗ୍ରେସ ସଭାପତି ଅଖିଳ ଭତରା କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।
ରାଜ୍ୟ ସଭାପତିଙ୍କୁ ପଠାଇଥିବା ଇସ୍ତଫା ପତ୍ରରେ ଅଖିଳ ଦର୍ଶାଇଛନ୍ତି ଯେ, ସେ ୨୦୧୦ ରୁ ଦଳରେ ଯୋଗ ଦେଇ ବିଭିନ୍ନ ପଦ ପଦବୀରେ କାମ କରିଆସିଛନ୍ତି । କିନ୍ତୁ ବର୍ତ୍ତମାନ ଦଳ ସହ ସେ ଆଉ ରହିବେ ନାହିଁ । ନିଜର ବ୍ୟକ୍ତିଗତ କାରଣ ପାଇଁ ସେ ଦଳ ଛାଡୁଥିବା ଦର୍ଶାଇଛନ୍ତି ।