ଓଡିଶା

odisha

ETV Bharat / state

ଇନ୍ଦିରା ଗାନ୍ଧୀ ଶ୍ରାଦ୍ଧ ଦିବସରେ କଂଗ୍ରେସର ଶକ୍ତି ପ୍ରଦର୍ଶନ - Nabarangpur congress

ଇନ୍ଦିରା ଗାନ୍ଧୀ ଶ୍ରାଦ୍ଧ ଦିବସରେ ନବରଙ୍ଗପୁର ଜିଲ୍ଲାରେ କଂଗ୍ରେସ ବିଶାଳ ସମାବେଶ । ପ୍ରଦୀପ ମାଝୀଙ୍କ ଦଳବଦଳ ନିଷ୍ପତ୍ତି ଦୃଢ ବିରୋଧ କରିଛନ୍ତି କଂଗ୍ରେସ ନେତା। ଅଧିକ ପଢନ୍ତୁ...

Nabarangpur  congress meeting on indira gandhi death anniversary
ଇନ୍ଦିରା ଗାନ୍ଧୀ ଶ୍ରାଦ୍ଧ ଦିବସରେ କଂଗ୍ରେସର ଶକ୍ତି ପ୍ରଦର୍ଶନ

By

Published : Oct 31, 2021, 10:32 PM IST

ନବରଙ୍ଗପୁର: ଇନ୍ଦିରା ଗାନ୍ଧୀ ଶ୍ରାଦ୍ଧ ଦିବସରେ ଶୁଭିଲା ପ୍ରଦୀପ ମାଝୀ ବିରୋଧୀ ସ୍ବର । କଂଗ୍ରେସରୁ ଇସ୍ତଫା ଦେଇଥିବା ପ୍ରଦୀପ ମାଝୀଙ୍କ ଦଳ ବଦଳ ନିଷ୍ପତ୍ତିକୁ ଦୃଢ଼ ବିରୋଧ କରିଥିଲେ ସମସ୍ତ ନେତା । ରାଜ୍ୟ ପ୍ରଭାରୀ ଚେଲା କୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିଲେ ।

ଇନ୍ଦିରା ଗାନ୍ଧୀ ଶ୍ରାଦ୍ଧ ଦିବସରେ କଂଗ୍ରେସର ଶକ୍ତି ପ୍ରଦର୍ଶନ

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଜଟାବାଲ ଠାରେ ଅନୁଷ୍ଠିତ ଇନ୍ଦିରା ଗାନ୍ଧିଙ୍କ ଶ୍ରାଦ୍ଧ ଦିବସରେ ଶକ୍ତି ପ୍ରଦର୍ଶନ କରିଛି କଂଗ୍ରେସ। ଏହି କାର୍ଯ୍ୟକ୍ରମରେ ସମସ୍ତ ନେତାଙ୍କ ମୁହଁରେ ଗୋଟିଏ ପଟେ ଇନ୍ଦିରା ଗାନ୍ଧୀଙ୍କ ପ୍ରଶଂସା ସହିତ ଅନ୍ୟପଟେ ପ୍ରଦୀପଙ୍କ ବିରୋଧୀ ସ୍ବର ଶୁଭାଯାଇଥିଲା । କଂଗ୍ରେସରୁ ଇସ୍ତଫା ଦେଇଥିବା ପ୍ରଦୀପ ମାଝୀଙ୍କ ଦଳ ବଦଳ ନିଷ୍ପତ୍ତିକୁ ଦୃଢ଼ ବିରୋଧ କରିଥିଲେ ସମସ୍ତ ନେତା । ପ୍ରଦୀପଙ୍କ ଇସ୍ତଫା ପରେ ଦୁର୍ବଳ ହୋଇଯାଇଥିବା ସଂଗଠନକୁ ପୁନର୍ଜୀବିତ କରିବା ପାଇଁ ଦଳ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଅବସରରେ ସଂକଳ୍ପ ନେଇଥିଲେ । ଆସନ୍ତା ପଞ୍ଚାୟତ ନିର୍ବାଚନରେ ପରସ୍ପର ମଧ୍ୟରେ ଭେଦଭାବ ଭୁଲି ସମସ୍ତ କଂଗ୍ରେସ କର୍ମୀ ସଙ୍ଗଠିତ ହୋଇ ନିର୍ବାଚନରେ ଲଢ଼ି ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ଆସନରେ ଦଳକୁ ବିଜୟ କରି ଜିଲ୍ଲା ପରିଷଦ ଗଠନ କରିବା ପାଇଁ ଆହ୍ବାନ ଦେଇଥିଲେ । ଏଥିସହ ଭବିଷ୍ୟତରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଦୁଇଟି ସାଂସଦ ଓ ୧୪ଟି ବିଧାୟକକୁ ଜିତାଇବା ପାଇଁ ଆହ୍ବାନ ଦେଇଥିଲେ । ସଭାରେ ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ କରିଥିଲେ ନେତା ।

ସଭାରେ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗରେ ସାରା ଓଡ଼ିଶାରେ ନିଆଁ ଜଳୁଛି । ଏହି ଘଟଣାରେ ମନ୍ତ୍ରୀଙ୍କୁ ବହିଷ୍କାର ନ କରି ମୁଖ୍ୟମନ୍ତ୍ରୀ ମନ୍ତ୍ରୀଙ୍କୁ ଘଣ୍ଟ ଘୋଡାଉଥିବା ଅଭିଯୋଗ କରି ବିଜେଡିକୁ ଭତ୍ସନା କରିଛନ୍ତି ନେତା । ଏହାସହ ଦେଶରେ ଅନିୟନ୍ତ୍ରିତ ଭାବେ ଦର ବୃଦ୍ଧି ହେଉଥିଲେ ମଧ୍ୟ ବିଜେପିକୁ ଟାର୍ଗେଟ କରିଥିଲେ ନେତା । ଆଦିବାସୀଙ୍କ ବିକାଶ ପାଇଁ ଇନ୍ଦିରା ଗାନ୍ଧୀ ଅନେକ ସଂସ୍କାର ମୂଳକ ପଦକ୍ଷେପ ନେଇ ଯୋଜନା କରିଥିବା ବେଳେ କିନ୍ତୁ ବର୍ତ୍ତମାନ ସରକାର ମାନେ ଗରିବ ମାରଣନୀତି ଅବଲମ୍ବନ କରିଥିବା ଅଭିଯୋଗ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ରଭାରୀ ଡ. ଚେଲା କୁମାର, ସହ ପ୍ରଭାରୀ ରୁଦ୍ର ରାଜୁ,ଏଆଇସିସି ଜେନେରାଲ ସେକ୍ରେଟେରୀ ମୋହନ ପ୍ରକାଶ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ନରସିଂହ ମିଶ୍ର,କୋରାପୁଟ ସାଂସଦ ସପ୍ତଗିରି ଉଲାକା, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ନୂଆପଡ଼ା ବିଧାୟକ ଅଧିରାଜ ପାଣିଗ୍ରାହୀ , ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଥାଉକି ନିକଟରେ ପୂର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଆସନ୍ତା ନଭେମ୍ବର ୬ ତାରିଖରେ ନବରଙ୍ଗପୁରରେ ବିଜୁ ଜନତା ଦଳରେ ସାମିଲ ହେବେ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details