ଓଡିଶା

odisha

ETV Bharat / state

ଡାବୁ ଗାଁ ବିଧାୟକଙ୍କ ବହିଷ୍କାର ଦାବି କଲା ନବରଙ୍ଗପୁର କଂଗ୍ରେସ - ମନୋହର ରନ୍ଧାରୀଙ୍କୁ କଂଗ୍ରେସର ଟାର୍ଗେଟ

ଡାବୁଗାଁ ବିଧାୟକଙ୍କ ବହିଷ୍କାର ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ନବରଙ୍ଗପୁର କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି । ବିଧାୟକ ନିର୍ବାଚିତ ହେବା ପୂର୍ବରୁ ଜଣେ ସରକାରୀ କର୍ମଚାରୀ ଥିଲେ ବିଧାୟକ ମନୋହାର ରନ୍ଧାରୀ । ଅଧିକ ପଢ଼ନ୍ତୁ

ଡାବୁ ଗାଁ ବିଧାୟକଙ୍କ ବହିଷ୍କାର ଦାବି କଲା ନବରଙ୍ଗପୁର କଂଗ୍ରେସ
ଡାବୁ ଗାଁ ବିଧାୟକଙ୍କ ବହିଷ୍କାର ଦାବି କଲା ନବରଙ୍ଗପୁର କଂଗ୍ରେସ

By

Published : Apr 10, 2022, 8:41 PM IST

ନବରଙ୍ଗପୁର: ଡାବୁଗାଁ ବିଧାୟକଙ୍କ ବହିଷ୍କାର ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ନବରଙ୍ଗପୁର କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି । ବିଧାୟକ ନିର୍ବାଚିତ ହେବା ପୂର୍ବରୁ ଜଣେ ସରକାରୀ କର୍ମଚାରୀ ଥିଲେ ବିଧାୟକ ମନୋହାର ରନ୍ଧାରୀ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକରେ କିରାଣୀ ଭାବେ କାର୍ଯ୍ୟରତ ଥିଲେ । ସେହି ସମୟରେ ସେ ଦୁର୍ନୀତିରେ ଲିପ୍ତ ଥିବା ନେଇ ଭିଜିଲାନ୍ସ ପ୍ରମାଣ ଦେଇଥିବା କଥା କହିଛି କଂଗ୍ରେସ ।

ଡାବୁ ଗାଁ ବିଧାୟକଙ୍କ ବହିଷ୍କାର ଦାବି କଲା ନବରଙ୍ଗପୁର କଂଗ୍ରେସ

୨୦୦୯ ମସିହାରେ ନବରଙ୍ଗପୁରର ବିଧାୟକ ଭାବେ ନିର୍ବାଚିତ ହେଲେ ମନୋହାର ରନ୍ଧାରୀ । ଏହାପୂର୍ବରୁ ସେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ସିମେଣ୍ଟ ଲୁହାଛଡ଼, ପିଡିଏସ ଚାଉଳରେ ଲକ୍ଷାଧିକ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଥିଲା । ଏନେଇ ୨୦୦୯ ମସିହାରେ ଅଭିଯୋଗ ପରେ ତତ୍କାଳୀନ ଜିଲ୍ଲାପାଳ ବିଧାୟକ ଦୁର୍ନୀତିରେ ଜଡ଼ିତ ଥିବା ନେଇ ପ୍ରମାଣ ପାଇଥିଲେ । ପରେ ବିଧାୟକ ରନ୍ଧାରୀ ଟଙ୍କା ପୈଠ କରିଥିଲେ ଓ ଯାହାର ରସିଦ ମହଜୁଦ ଅଛି । ୨୦୦୯ ମସିହାରେ ନିର୍ବାଚନରେ ବିଧାୟକ ଦୁର୍ନୀତି ସମ୍ବନ୍ଧୀୟ ସମସ୍ତ ତଥ୍ୟ ଲୁଚାଇ ଭୁଲ ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ ହୋଇଥିଲା । କିନ୍ତୁ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା କଂଗ୍ରେସ ଅଭିଯୋଗ କରିଛି ।

ଭିଜିଲାନ୍ସରେ ଏନେଇ ପରେ ଭିଜିଲାନ୍ସ ବିଭାଗର ଅଡିଟ ଓ ରାଜ୍ୟ ଅଡିଟ ବିଭାଗ ପକ୍ଷରୁ ହୋଇଥିବା ଭିନ୍ନ ଭିନ୍ନ ଅଡିଟ୍‌ରେ ବିଧାୟକ ଅର୍ଥ ଆତ୍ମସାତ କରିଥିବା ପ୍ରମାଣ ମିଳିଥିଲା । ଏହା ପରେ ମଧ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ହାଇକୋର୍ଟରେ ମାମଲା ଦାଖଲ କରିଥିଲେ ପୂର୍ବତନ ବିଧାୟକ ସଦନ ନାୟକ । ହାଇକୋର୍ଟ ସମସ୍ତ ପ୍ରମାଣ ଆଧାରରେ ବିଧାୟକଙ୍କ ବିରୋଧରେ 3 ମାସ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବାକୁ ଭିଜିଲାନ୍ସ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।

କିନ୍ତୁ ଏପର୍ଯ୍ୟନ୍ତ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । ଏନେଇ ହାଇକୋର୍ଟରେ ପିଆଇଏଲ ଫାଇଲ କରିଥିଲେ ପୂର୍ବତନ ବିଧାୟକ । ଆସନ୍ତା ୧୨ ତାରିଖ ଦିନ ଏହାର ଫଇସଲା ହେବାର ସମ୍ଭାବନା ରହିଛି । ତେବେ କୋର୍ଟଙ୍କ ରାୟ ଆସିବା ପୂର୍ବରୁ ଜିଲ୍ଲା କଂଗ୍ରେସର ପୂର୍ବତନ ବିଧାୟକ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଦୁର୍ନୀତି ଗ୍ରସ୍ତ ବିଧାୟକଙ୍କୁ ରାଜ୍ୟ ସରକାର ଘଣ୍ଟ ଘୋଡାଉଥିବା ସେ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାରଙ୍କ ସ୍ୱଚ୍ଛ ଶାସନ ଉପରେ ପ୍ରଶ୍ନ ଉଠାଇବା ସହ ବିଧାୟକଙ୍କ ବହିଷ୍କାର ଦାବି କରିଛି କଂଗ୍ରେସ । ତା ସହିତ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ଭୁଜବଳ ମାଝୀ ଓ ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details