ଓଡିଶା

odisha

ETV Bharat / state

ଜିଲ୍ଲାପାଳଙ୍କ ମାନବିକତା ଯୁବକକୁ ଦେଲା ନୂଆ ଜୀବନ - ନବରଙ୍ଗପୁର ଜିଲ୍ଲାପାଳ

ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଥିବା ଯୁବକଙ୍କୁ ନିଜ ଖର୍ଚ୍ଚରେ ଗାଡି ଭଡା କରି ଡାକ୍ତରଖାନା ନେଇ ମାନବିକତାର ପରିଚୟ ଦେଲେ ନବରଙ୍ଗପୁର ଜିଲ୍ଲାପାଳ ଡ. ଅଜିତ ସିଂ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

By

Published : Aug 7, 2019, 6:01 PM IST

ନବରଙ୍ଗପୁର: ମାନବିକତା ଦେଖାଇଲେ ଜିଲ୍ଲାପାଳ । ଦୁର୍ଘଟଣାରେ ଗୁରୁତର ଏକ ଯୁବଚାଷୀଙ୍କୁ ନିଜ ଖର୍ଚ୍ଚରେ ଗାଡି ଭଡା କରି ପହଞ୍ଚାଇଲେ ଡାକ୍ତରଖାନା । ନବରଙ୍ଗପୁର ଜିଲ୍ଲାପାଳ ଡ. ଅଜିତ ସିଂଙ୍କ ମାନବିକତାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଏ ନେଇ ଜିଲ୍ଲାବାସୀଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି ଜିଲ୍ଲାପାଳ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଜିଲ୍ଲାପାଳ ଅଜିତ ସିଂ ଜନଶୁଣାଣି ପାଇଁ ସଦର ବ୍ଲକ ଅନ୍ତର୍ଗତ ସାନମସିଗାଁ ପଞ୍ଚାୟତକୁ ଯାଉଥିବା ବେଳେ ଜଣେ ଯୁବକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଥିବାର ଦେଖିଥିଲେ । ଘଟଣା ଜିଲ୍ଲାପାଳଙ୍କ ନଜରକୁ ଆସିବା ପରେ ସାଙ୍ଗେସାଙ୍ଗେ ସେ ଷ୍ଟ୍ରେଚର ଯୋଗେ ଯୁବକଙ୍କୁ ନେଇ ନିକଟରେ ଥିବା ସାନମସିଗାଁ ମେଡିକାଲରେ ଭର୍ତ୍ତି କରିଥିଲେ ।

ଚିକିତ୍ସା ପରେ ଯୁବକ ଜଣକ କଥା ହେବାରୁ ତାଙ୍କ ନାମ ଦେବରାଜ ମାଝୀ ହୋଇଥିବା ବେଳେ ସେ ଦେବରାଗୁଡା ନିବାସୀ ବୋଲି ଜଣା ପଡିଥିଲା । ଯୁବକ ଜଣକ ପେଶାରେ ଜଣେ ଚାଷୀ ହୋଇଥିବା ବେଳେ ନବରଙ୍ଗପୁର ସାପ୍ତାହିକ ହାଟରୁ ପରିବା ବିକ୍ରି କରି ଫେରୁଥିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା କହିଥିଲେ । ତେବେ ସଠିକ ସମୟରେ ଜିଲ୍ଲାପାଳ ନିଜର ମାନବିକତାର ପରିଚୟ ଦେବା ସହ ଯୁବକଙ୍କୁ ଡାକ୍ତରଖାନା ନେବା ଦ୍ବାରା ସେ ଜୀବନ ଫେରି ପାଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଶୋଇ, ଇଟିଭି ଭାରତ

ABOUT THE AUTHOR

...view details