ନବରଙ୍ଗପୁର: ଜିଲ୍ଲା ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଶୁକ୍ରବାର ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ରଙ୍କ ଅଧକ୍ଷତାରେ ପଞ୍ଚମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ପରେ ପାପଡାହାଣ୍ଡି ବ୍ଳକର ତିନି ଶିକ୍ଷଙ୍କୁ ନିଲମ୍ବିତ କଲେ ଜିଲ୍ଲାପାଳ ।
ଏହି ବୈଠକରେ ଜିଲ୍ଲାର ସ୍ବାସ୍ଥ୍ୟ, ଗମନାଗମନ, ଶିକ୍ଷା, ପାନୀୟଜଳ, ବିଦ୍ୟତିକରଣ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା । ଜିଲ୍ଲାରେ ସ୍ବାସ୍ଥ୍ୟ ସେବା ଓ ବିଭିନ୍ନ ବିଭାଗର କାର୍ଯ୍ୟକୁ ନେଇ ଜିଲ୍ଲା ପରିଷଦ ସଭ୍ୟସଭ୍ୟା ଅସନ୍ତୋଷ ପ୍ରକାଶ କରିଥିଲେ ।
ତେବେ ଏହି ବୈଠକ ପରେ ପାପଡାହାଣ୍ଡି ବ୍ଳକର ତିନି ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର । ଏଥିରେ ମାନିଗାଁ ଆଶ୍ରମ ବିଦ୍ୟାଳୟର ଦୁଇ ଜଣ ଥିବାବେଳେ ଦନସୁଲି ଆଶ୍ରମ ବିଦ୍ୟାଳୟର ଜଣେ ନିଲମ୍ବିତ ହୋଇଛନ୍ତି । ଏହି ତିନିଜଣ କାର୍ଯ୍ୟରେ ଅବହେଳା କରୁଥିବାରୁ ଜିଲ୍ଲାପାଳ ଶୁକ୍ରବାର ତାଙ୍କୁ ନିଲମ୍ବିତ କରିଛନ୍ତି ।
କାର୍ଯ୍ୟରେ ଅବହେଳା: ତିନି ଶିକ୍ଷକଙ୍କୁ ନିଲମ୍ବିତ କଲେ ଜିଲ୍ଲାପାଳ ନିଲମ୍ବିତ ହୋଇଥିବା ବ୍ୟକ୍ତି ହେଲେ ମାନିଗାଁ ଆଶ୍ରମର ପ୍ରଧାନ ଶିକ୍ଷତ୍ରି ସୁବାସିନୀ କୋରକୋରା, କେଦାର ସ୍ବାଇଁ ଓ ଦନସୁଲି ଆଶ୍ରମର ନବକିଶୋର ମାଟି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ