ଓଡିଶା

odisha

ETV Bharat / state

ମାନବିକତା ଦେଖାଇଲେ ନବରଙ୍ଗପୁର ଜିଲ୍ଲାପାଳ - ନବରଙ୍ଗପୁର ଜିଲ୍ଲାପାଳଙ୍କ ମାନବିକତା

ପୁଣି ସଭିଁଙ୍କ ମନ ଜିଣିଲେ ନବରଙ୍ଗପୁର ଜିଲ୍ଲାପାଳ ଡଃ ଅଜିତ ମିଶ୍ର । ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ଦୁଇଜଣ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି। ଅଧିକ ପଢ଼ନ୍ତୁ...

nabarangpur collector shows humanity by admitting two injured into hospital
ମାନବିକତା ଦେଖାଇଲେ ନବରଙ୍ଗପୁର ଜିଲ୍ଲାପାଳ

By

Published : Feb 8, 2021, 9:35 PM IST

ନବରଙ୍ଗପୁର: ପୁଣି ସଭିଁଙ୍କ ମନ ଜିଣିଲେ ନବରଙ୍ଗପୁର ଜିଲ୍ଲାପାଳ ଡଃ ଅଜିତ ମିଶ୍ର । ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ଦୁଇଜଣ ବ୍ୟକ୍ତିଙ୍କୁ ନିଜ କାର ଯୋଗେ ନେବା ସହ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି ନବରଙ୍ଗପୁର ଜିଲ୍ଲାପାଳ । ଏଭଳି ଏକ ମହତ କାର୍ଯ୍ୟ କରି ମାନବିକତାର ପରିଚୟ ଦେଇଛନ୍ତି ଜିଲ୍ଲାପାଳ ।

ମାନବିକତା ଦେଖାଇଲେ ନବରଙ୍ଗପୁର ଜିଲ୍ଲାପାଳ

ଆଜି(ସୋମବାର) ଝରିଗାଁ ବ୍ଲକରେ ଏକ ବୈଠକରେ ଯୋଗ ଦେଇ ଫେରୁଥିଲେ ନବରଙ୍ଗପୁର ଜିଲ୍ଲାପାଳ ଡଃ ଅଜିତ ମିଶ୍ର। ଏହି ସମୟରେ ପାପଡାହାଣ୍ଡି ବ୍ଲକ ବାର୍ଲ୍ଲି ନିକଟରେ ସଡ଼କ ଦୁର୍ଘଟଣାରେ ଆହତ ହୋଇ ଦୁଇଜଣ ବ୍ୟକ୍ତି ପଡ଼ି ରହିଥିବା ଦେଖିବାକୁ ପାଇଥିଲେ। ଦୁଇଜଣ ବ୍ୟକ୍ତିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଏହାପରେ ନବରଙ୍ଗପୁର ଜିଲ୍ଲାପାଳ ତିଳେହଁ ବିଳମ୍ବ ନକରି ସେମାନଙ୍କୁ ଦୁଇ ଆହତ ବ୍ୟକ୍ତିଙ୍କୁ ପ୍ରକଳ୍ପ ନିର୍ଦେଶକଙ୍କ ଗାଡ଼ିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଣି ଭର୍ତ୍ତି କରାଇଛନ୍ତି।

ଦୁଇଜଣ ବ୍ୟକ୍ତି ପଡ଼ି ରହିଥିବା ସ୍ଥାନରେ କୌଣସି ମୋବାଇଲ ନେଟୱାର୍କ ମଧ୍ୟ ନଥିଲା। ଫଳରେ 108 ଆମ୍ବୁଲାନ୍ସକୁ ସୂଚନା ଦେବା ସମ୍ଭବପର ହେଇପାରି ନଥିଲା। ଜିଲ୍ଲାପାଳ ଦୁଇଜଣଙ୍କ ଚିକିତ୍ସାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାପାଳଙ୍କ ଏଭଳି ମହତ କାର୍ଯ୍ୟର ଏବେ ସବୁଠି ଚର୍ଚ୍ଚା ହେଉଛି। ନିଜ ଶାନ୍ତ ସ୍ଵଭାଵ ବ୍ୟବହାର ଯୋଗୁଁ ସବୁବେଳେ ଲୋକଙ୍କ ମନ ଜିଣି ଆସୁଛନ୍ତି ଅଜିତ ମିଶ୍ର।

ଜିଲ୍ଲାପାଳ ଡଃ ଅଜିତ ମିଶ୍ରଙ୍କ ଏହି ଗସ୍ତ ସମୟରେ ତାଙ୍କ ସହ ପ୍ରକଳ୍ପ ନିର୍ଦେଶକ ରମାକାନ୍ତ ନାୟକ ଏବଂ ଡିଏଫଓ ମଗର ଧନାଜି ରାଓ ମଧ୍ୟ ସାମିଲ ଥିଲେ। ଦୁହେଁ ଏହି ସମୟରେ ଜିଲ୍ଲାପାଳଙ୍କୁ ସହାୟତା କରିଥିଲେ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details