ନବରଙ୍ଗପୁର:ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି ସଜାଡ଼ିବା ନେଇ ରାଜ୍ୟସରକାର ଉଦ୍ୟମ ଜାରି ରଖିଛନ୍ତି । ୫-ଟି ଯୋଜନାରେ ବିଦ୍ୟାଳୟ ଗୁଡିକର ରୂପାନ୍ତୀକରଣ କରାଯାଉଛି । ଏହାରି ମଧ୍ୟରେ ନବରଙ୍ଗପୁର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ବିଦ୍ୟାଳୟର ଜମିପଟ୍ଟା ନେଇ ରହିଥିବା ସମସ୍ତ ସମସ୍ୟାର ସମାଧାନ କରାଯାଇ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୫ଟି ବିଦ୍ୟାଳୟକୁ ଜମି ପଟ୍ଟା ପ୍ରଦାନ କରିଛନ୍ତି ଜିଲ୍ଲାପାଳ ।
ବିଭିନ୍ନ କାରଣରୁ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଜମିପଟ୍ଟା ନାହିଁ । ଆଗାମୀ ଦିନରେ ସମସ୍ତ ବିଦ୍ୟାଳୟର ଜମିପଟ୍ଟା ନେଇ ରହିଥିବା ସମସ୍ୟାର ସମାଧାନ କରି ସମସ୍ତ ବିଦ୍ୟାଳୟକୁ ଜମିପଟ୍ଟା ଦିଆଯିବ । ଏଥିପାଇଁ ସମସ୍ତ ବିଦ୍ୟାଳୟର ମାପ ନିଆଯାଉଛି । ଅନ୍ୟ ସମସ୍ତ ବିଦ୍ୟାଳୟର ଜମିପଟ୍ଟା ଚୂଡାନ୍ତ କରି ଜମିପଟ୍ଟା ହସ୍ତାନ୍ତର କରାଯିବ ବୋଲି ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର କହିଥିଲେ । ଏକ କାର୍ଯ୍ୟକ୍ରମ ମାଧ୍ୟମରେ ନବରଙ୍ଗପୁର ଆରସିଡି ନୋଡାଲ ଉଚ୍ଚ ବିଦ୍ୟାଳୟ, ନବରଙ୍ଗପୁର ମ୍ୟୁନିସିପାଲିଟି ଉଚ୍ଚ ବିଦ୍ୟାଳୟକୁ ଜମି ପ୍ରଦାନ କରାଯାଇଛି ।