ନବରଙ୍ଗପୁର: ଜିଲ୍ଲପାଳଙ୍କ ଫେସ୍ବୁକ୍ ହ୍ୟାକ୍ ହୋଇଥିବା ସୂଚନା ମିଳୁଛି । କୌଣସି ଦୁର୍ବୃତ୍ତ ଜିଲ୍ଲାପାଳଙ୍କ ଫେସବୁକ୍ ହ୍ୟାକ୍ କରିଥିବା ଅଭିଯୋଗ ହୋଇଛି । ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ରଙ୍କ ଫେସ୍ବୁକ ମେସେଞ୍ଜରରୁ ବିଭିନ୍ନ ବ୍ୟକ୍ତିଙ୍କୁ ଟଙ୍କା ମଗାଯାଇଥିବା ସୂଚନା ମିଳିଛି ।
ନବରଙ୍ଗପୁର ଜିଲ୍ଲାପାଳଙ୍କ ଫେସ୍ବୁକ୍ ଆକାଉଣ୍ଟ ହ୍ୟାକ୍
ନବରଙ୍ଗପୁର ଜିଲ୍ଲାପାଳଙ୍କ ଫେସ୍ବୁକ୍ ହ୍ୟାକ୍ ହୋଇଥିବା ସୂଚନା ମିଳୁଛି । କୌଣସି ଦୁର୍ବୃତ୍ତ ଜିଲ୍ଲାପାଳଙ୍କ ଫେସବୁକ୍ ହ୍ୟାକ୍ କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ..
ଜିଲ୍ଲପାଳଙ୍କ ଫେସ୍ବୁକ୍ ଆକାଉଣ୍ଟ ହ୍ୟାକ୍
ତେବେ ଏହାକୁ କେହି ବିଶ୍ୱାସ ନକରିବା ପାଇଁ ଓ ଟଙ୍କା ନଦେବା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଟଙ୍କା ପାଇଁ ହ୍ୟାକର ଏପରି ନୂଆ ତରିକା ଆପଣେଇଛନ୍ତି । ଏନେଇ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ସୂଚନା ଦିଆଯାଇବା ପରେ, ଜଣେ ନୁହେଁ ବହୁ ବ୍ୟକ୍ତିଙ୍କୁ ଏପରି ମେସେଜ ଯାଇଥିବା କଥା ସାମ୍ନାକୁ ଆସିଛି । ନବରଙ୍ଗପୁର ଏସ୍ପିଙ୍କୁ ଏନେଇ ଅବଗତ କରାଯାଇ ଥିବା ସୂଚନା ମିଳିଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ