ଓଡିଶା

odisha

ETV Bharat / state

ଅଧାବାଟରୁ ଫେରିଗଲା ବର, ନବରଙ୍ଗପୁରରେ ବାଲ୍ୟ ବିବାହ ଅଟକାଇଲା ପ୍ରଶାସନ - ନବରଙ୍ଗପୁରରେ ବାଲ୍ୟ ବିବାହ

ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବ୍ଲକରେ ଚାଲିଥିଲା ଧୁମ୍‌ଧାମ୍‌ରେ ବାଲ୍ୟବିବାହ । ଝିଅ ଘରକୁ ଆସିବା ପୂର୍ବରୁ ସୂଚନା ପାଇ ଫେରିଯାଇଥିଲେ ବରଯାତ୍ରୀ । ଅଧିକ ପଢନ୍ତୁ

ନବରଙ୍ଗପୁରରେ ବାଲ୍ୟ ବିବାହକୁ  ରୋକିଲା ଜିଲ୍ଲା ପ୍ରଶାସନ, ଅଧା ବାଟରୁ ଫେରିଗଲା ବର
ନବରଙ୍ଗପୁରରେ ବାଲ୍ୟ ବିବାହକୁ ରୋକିଲା ଜିଲ୍ଲା ପ୍ରଶାସନ, ଅଧା ବାଟରୁ ଫେରିଗଲା ବର

By

Published : Feb 25, 2022, 7:12 PM IST

ନବରଙ୍ଗପୁର: ବିବାହ ପୂର୍ବରୁ ବାଲ୍ୟ ବିବାହକୁ ରୋକିଲା ଜିଲ୍ଲା ପ୍ରଶାସନ । ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବ୍ଲକର ହୁଣ୍ଡାରଗୁଡା ଗାଁର କେଶବ ମେହେରଙ୍କ ୧୪ ବର୍ଷୀୟ ନାବାଳିକା ଝିଅ ସହିତ ଝରିଗାଁ ବ୍ଲକ ଚିକଲି ମେହେରସାହି ନିବାସୀ ବାସୁଦେବ ମେହରଙ୍କ ୧୬ ବର୍ଷୀୟ ନାବାଳକ ପୁଅର ବିବାହ ସ୍ଥିର ହୋଇଥିଲା। ବରଯାତ୍ରୀ ସଜବାଜ ସମୟରେ ଖବର ପାଇ ସିଡ଼ିପିଓ ଯମୁନା ଭତ୍ରା, ଡ଼ାବୁଗାଁ ଥାନା ଅଧିକାରୀ ଅଭିମନ୍ୟୁ ଦୁର୍ଗା, ଚାଇଲ୍ଡଲାଇନ ଜିଲା ସଂଯୋଜକ ରବୀନ୍ଦ୍ର ପ୍ରଧାନ ଓ ବିକାଶ ମହାପାତ୍ର ମିଳିତ ଭାବେ ସମ୍ପୃକ୍ତ ଗାଁକୁ ଯାଇ ବାଲ୍ୟ ବିବାହ ବନ୍ଦ କରିଥିଲେ ।

ଉଭୟ ପରିବାର ସହ ଆଲୋଚନା କରି ନାବାଳକ ବିବାହର କୁପରିଣତି ବିଷୟରେ ଆଲୋଚନା କରି ବିବାହ ଭୋଜିରେ ଆସିଥିବା ଲୋକଙ୍କୁ ସଚେତନ କରିଥିଲେ। ତେବେ ଝିଅ ଘରକୁ ଆସିବା ପୂର୍ବରୁ ସୂଚନା ପାଇ ଫେରିଯାଇଥିଲେ ବରଯାତ୍ରୀ । ସେପଟେ ବିବାହ ଯୋଗ୍ୟ ବୟସ ହେଲେ ବିବାହ କରାଇବେ ବୋଲି ପକ୍ଷରୁ ଏକ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି କନ୍ୟାପକ୍ଷ । ଏହାସହିତ ୨୦୦୬ ମସିହା ବାଲ୍ୟ ବିବାହ ଆଇନକୁ ସମସ୍ତେ ମାନିବା ବାଧ୍ୟତାମୂଳକ ଅନ୍ୟଥା ଆଇନ ଅନୁସାରେ ଦଣ୍ଡିତ ହେବେ ବୋଲି ପ୍ରଶାସନ ଚେତାବନୀ ଦେଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଈଟିଭି ଭାରତ

ABOUT THE AUTHOR

...view details