ଓଡିଶା

odisha

ଶୌଚାଳୟ ନିର୍ମାଣରେ ରାଇଘର ବ୍ଲକରେ ଦୂର୍ନୀତି ଅଭିଯୋଗ ଆଣିଲା BJD

By

Published : Dec 28, 2021, 10:14 PM IST

ଜିଲ୍ଲାରେ ସ୍ଵଚ୍ଛ ଭାରତ ମିଶନ ଦ୍ବାରା ନିର୍ମାଣ ହୋଇଥିବା ପାଇଖାନାରେ ମହାଦୁର୍ନୀତି ଅଭିଯୋଗ କଲା ବିଜେଡି । ପାଇଖାନା ତିଆରିରେ 12 କୋଟିର ଦୁର୍ନୀତିର ଅଭିଯୋଗ ଆଣିଲା ଦଳ । ଅଧିକ ପଢନ୍ତୁ

Nabarangpur bjd
Nabarangpur bjd

ନବରଙ୍ଗପୁର:ଜିଲ୍ଲାରେ ସ୍ଵଚ୍ଛ ଭାରତ ମିଶନ ଦ୍ବାରା ନିର୍ମାଣ ହୋଇଥିବା ପାଇଖାନାରେ ମହାଦୁର୍ନୀତି ଅଭିଯୋଗ କଲା ବିଜେଡି । ପାଇଖାନା ତିଆରିରେ 12 କୋଟିର ଦୁର୍ନୀତିର ଅଭିଯୋଗ ଆଣିଲା ଦଳ ।

କେନ୍ଦ୍ର ସରକାର ସ୍ବଚ୍ଛ ଭାରତ ମିଶନ ଜରିଆରେ ଗାଁ ଗାଁରେ ଶୌଚାଳୟ ନିର୍ମାଣ କରୁଛନ୍ତି l ହେଲେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଲୋକଙ୍କ ହିତ ଉଦ୍ଦେଶ୍ୟରେ ହୋଇଥିବା ଯୋଜନା ସମ୍ପୂର୍ଣ ମାତ୍ରାରେ ଫେଲ ମାରିଛି l ପ୍ରତ୍ୟକ ବିପିଏଲ ପରିବାର କୁ ପାଇଖାନା ତିଆରି କରିବା ପାଇଁ ସରକାର ଯେଉଁ ନୀତି ନିୟମ ନିର୍ଧାରଣ କରିଛନ୍ତି ତାହାକୁ ଅଣଦେଖା କରି ବ୍ଲକରେ କୋଟି କୋଟି ଟଙ୍କା ହଡପ କରା ଯାଇଥିବା ଅଭିଯୋଗ କରିଛି ବିଜେଡି l ସରକାରଙ୍କ ପତ୍ର ସଂଖ୍ୟା 1721/2019 ତାରିଖ 25.05.19 ରେ ପାଇଖାନା ନିର୍ମାଣର ଷ୍ଟ୍ରକଚର ଓ ଗାଇଡ ଲାଇନ ସମସ୍ତ ବ୍ଲକକୁ ଅବଗତ କରାଯାଇଥିଲେ ମଧ୍ୟ ରାଇଘର ବ୍ଲକରେ ସେ ସବୁ ଗାଇଡ ଲାଇନ ପାଳନ କରାଯାଇ ନାହିଁ l

ଶୌଚାଳୟ ନିର୍ମାଣରେ ରାଇଘର ବ୍ଲକରେ ଦୂର୍ନୀତି ଅଭିଯୋଗ ଆଣିଲା ବିଜେଡି

ଦଳ ଅଭିଯୋଗ କରିଛି ବ୍ଲକରେ 10 ହଜାରୁ ଉର୍ଦ୍ଧ୍ବ ପାଇଖାନା ଯାହାର ଅଟକଳ ମୂଲ୍ୟ ପ୍ରାୟ 12 କୋଟି ଟଙ୍କା ହେବ । ତାହା ନିମ୍ନ ମାନର ଓ ଅର୍ଧ ନିର୍ମିତ ଅବସ୍ଥାରେ ରହିଛି l ଘଟଣାକୁ ଅତି ଗମ୍ଭୀରତାର ସହ ନେଇ ଜିଲ୍ଲା ବିଜେଡି ତରଫରୁ ଏକ ବିଶାଳ ରାଲିରେ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳଙ୍କୁ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଏକ ଦାବି ପତ୍ର ଦେଇଥିଲେ l

ଏହି ରାଲିରେ ସାଂସଦ ରମେଶ ମାଝୀ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ସହ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଓ ଡାବୁଗାଁ ବିଧାୟକ, ମୋନହର ରନ୍ଧାରୀ ଏବଂ ଜିଲ୍ଲାର ସମସ୍ତ ବିଜେଡି ନେତା ଉପସ୍ଥିତ ଥିଲେ ।

ନବରଙ୍ଗପୁରରୁ ତପନ ବିଶୋୟୀ, ଇଟିଭି ଭାରତ

ABOUT THE AUTHOR

...view details