ଓଡିଶା

odisha

ETV Bharat / state

ଆଶ୍ରମ ସ୍କୁଲରେ ଝାଡାବାନ୍ତି ଆତଙ୍କ, ହସ୍ପିଟାଲରେ ଭର୍ତ୍ତି ହେଲେ 7 - ନବରଙ୍ଗପୁର ଜିଲ୍ଲା

ନବରଙ୍ଗପୁର ଜିଲ୍ଲାରେ ରାତ୍ରିଭୋଜନ ପରେ ଝାଡାବାନ୍ତିରେ ଆକ୍ରାନ୍ତ 7 ଆଶ୍ରମଛାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ନବରଙ୍ଗପୁର

By

Published : Nov 20, 2019, 5:04 PM IST

ନବରଙ୍ଗପୁର: ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ୭ ଆଶ୍ରମସ୍କୁଲ ଛାତ୍ରୀ । ସେମାନଙ୍କୁ ତୁରନ୍ତ ନବରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଚଟାହାଣ୍ଡି ବେତାଳ ଆଶ୍ରମ ବିଦ୍ୟାଳୟର ଛାତ୍ରୀମାନେ ରାତ୍ରିଭୋଜନ କରିବା ପରେ କିଛି ଛାତ୍ରୀଙ୍କ ପେଟ ଯନ୍ତ୍ରଣା ହେବା ସହ ବାନ୍ତି ଓ ଝାଡା ହୋଇଥିଲା । ସ୍ଥିତି ଅନିୟନ୍ତ୍ରିତ ହେବାରୁ ସ୍କୁଲ କର୍ତ୍ତୃପକ୍ଷ ସଙ୍ଗେସଙ୍ଗେ ଛାତ୍ରୀ ମାନଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ସମସ୍ତଙ୍କ ଚିକିତ୍ସା ଜାରି ରହିଥିବା ବେଳେ ସେଥିମଧ୍ୟରୁ ୩ ଜଣ ଗୁରୁତର ହେବାରୁ ସେମାନଙ୍କୁ ୱାର୍ଡରେ ରଖି ଚିକିତ୍ସା କରାଯାଉଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details