ଓଡିଶା

odisha

ETV Bharat / state

ମାନବିକତାର ଅନନ୍ୟ ନିଦର୍ଶନ: ପୀଡ଼ିତାଙ୍କ ମୃତଦେହକୁ କାନ୍ଧ ଦେଲେ ଉପଜିଲ୍ଲାପାଳ - ମାନବିକତାର ପରିଚୟ

ମାନବିକତାର ପରିଚୟ ଦେଇଛନ୍ତି ଉପଜିଲ୍ଲାପାଳ ଭାସ୍କର ରଇତ । ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କରଯାଇଥିବାବେଳେ ପୀଡ଼ିତାଙ୍କ ମୃତଦେହକୁ କାନ୍ଧେଇ ମଶାଣିକୁ ନେଇଛନ୍ତି ଉପଜିଲ୍ଲାପାଳ ।

nabarangapur
nabarangapur

By

Published : Dec 15, 2019, 2:19 PM IST

ନବରଙ୍ଗପୁର: ଗୁମଣ୍ଡଳୀ ଦୁଷ୍କର୍ମ ଓ ହତ୍ୟା ଶିକାର ହୋଇଥିବା ପୀଡ଼ିତାଙ୍କ ମୃତଦେହ ଗ୍ରାମରେ ପହଞ୍ଚିବା ସହ ଶୋକାକୁଳ ପରିବେଶ ମଧ୍ୟରେ ଅନ୍ତିମ ସତ୍କାର କରାଯାଇଛି । ମାନବିକତାର ପରିଚୟ ଦେଇ ଉପଜିଲ୍ଲାପାଳ ଭାସ୍କର ରଇତ ମୃତଦେହକୁ କାନ୍ଧେଇ ମଶାଣିକୁ ନେଇଛନ୍ତି ।

ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କରଯାଇଛି । ପ୍ରଶାସନ ପକ୍ଷରୁ ରେଡକ୍ରସ ପାଣ୍ଠିରୁ ଗତକାଲି 20 ହଜାର ଟଙ୍କା, ଆଜି 10 ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନାରୁ 2 ହଜାର ଟଙ୍କା ପରିବାରକୁ ଅନୁକମ୍ପା ପ୍ରଦାନ କରାଯାଇଛି ।

ପୀଡ଼ିତାଙ୍କ ମୃତଦେହରେ କାନ୍ଧ ଦେଲେ ଉପଜିଲ୍ଲପାଳ..

ଆଜିର ଅନ୍ତିମ ସତ୍କାର ସମୟରେ ଉପଜିଲ୍ଲାପାଳ ଭାସ୍କର ରଇତ, କୋଡିଙ୍ଗା ତହସିଲଦାର ଯୋଗଦେଇଥିଲେ । ଏପଟେ ଘଟଣାସ୍ଥଳରେ କୋରାପୁଟ ଓ ନବରଙ୍ଗପୁର ପୋଲିସ ପହଞ୍ଚି ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ ଜରିଆରେ ତଦନ୍ତ ଜାରି ରଖିଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details