ନବରଙ୍ଗପୁର: ୟୁକ୍ରେନ ଓ ଋଷ ମଧ୍ୟରେ ଜାରି ରହିଛି ଲଢେଇ । ତେବେ ଲଢେଇର ସମ୍ଭାବ୍ୟ ପରିସ୍ଥିତିର ଚିତ୍ର ଭୟଙ୍କର ହେଉଥିବାରୁ ନବରଙ୍ଗପୁର ପାଇଁ ଆସିଛି ଚିନ୍ତାଜନକ ଖବର । ୟୁକ୍ରେନରେ ଅନେକ ଭାରତୀୟ ଫସି ରହିଥିବାବେଳେ ସେଥିମଧ୍ୟରୁ ନବରଙ୍ଗପୁରର ଡାକ୍ତରୀ ପଢୁଥିବା ଛାତ୍ର ମଧ୍ୟ ଫସି ରହିଛନ୍ତି ।
ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଅଞ୍ଚଳଗୁମ୍ମା ଗ୍ରାମର ସୁବାସ ସାହୁଙ୍କ ଏକମାତ୍ର ପୁତ୍ର ସୌରଭ ସାହୁ ୟୁକ୍ରେନର ଫସି ଯାଇଛନ୍ତି । ସୌରଭ ଡାକ୍ତର ପାଠ୍ୟକ୍ରମ ପାଇଁ ୟୁକ୍ରେନ ଯାଇଥିବାବେଳେ ବର୍ତ୍ତମାନ ଏହା ତାଙ୍କ ପାଠ୍ୟକ୍ରମର ଶେଷ ବର୍ଷ ଥିଲା । ତେବେ ସେଠାକାର ପରିସ୍ଥିତି ଦେଖିକି ସେ ଗତ ୯ ତାରିଖରେ ସ୍ବଦେଶ ଫେରି ଆସିବା ପାଇଁ ଟିକେଟ କରିଥିଲେ ।