ଓଡିଶା

odisha

ETV Bharat / state

ପଞ୍ଚାୟତ ନିର୍ବାଚନ ନାମାଙ୍କନ ଦାଖଲକୁ ନେଇ ନବରଙ୍ଗପୁରରେ ତିନି ପ୍ରମୁଖ ରାଜନୈତିକ ଦଳ ନେତାଙ୍କ ପ୍ରତିକ୍ରିୟା - ନବରଙ୍ଗପୁର ନାମାଙ୍କନକୁ ନେଇ ତିନି ଦଳ ନେତାଙ୍କ ପ୍ରତିକ୍ରିୟା

ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଘୋଷଣା ହେବା ପରେ ଚାଲିଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ନାମାଙ୍କନ ଦାଖଲ ପ୍ରକ୍ରିୟା ଚାଲୁ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଆଶାନୁରୂପ ପ୍ରାର୍ଥୀପତ୍ର ଦାଖଲ ହୋଇପାରି ନାହିଁ । ଅଧିକ ପଢନ୍ତୁ

nabarangapur  poltical party leader reaction on panchayat election
ପଞ୍ଚାୟତ ନିର୍ବାଚନ ନାମାଙ୍କନ ଦାଖଲକୁ ନେଇ ନବରଙ୍ଗପୁରରେ ତିନି ପ୍ରମୁଖ ରାଜନୈତିକ ଦଳ ନେତାଙ୍କ ପ୍ରତିକ୍ରିୟା

By

Published : Jan 21, 2022, 7:43 AM IST

ନବରଙ୍ଗପୁର:ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଘୋଷଣା ହେବା ପରେ ଚାଲିଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ନାମାଙ୍କନ ଦାଖଲ ପ୍ରକ୍ରିୟା ଚାଲୁ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଆଶାନୁରୂପ ପ୍ରାର୍ଥୀପତ୍ର ଦାଖଲ ହୋଇପାରି ନାହିଁ ।

ନାମାଙ୍କନ ଦାଖଲ ପାଇଁ ଆଉ ମାତ୍ର ଗୋଟିଏ ଦିନ ବାକି ଥିବା ବେଳେ ରାଜନୈତିକ ଦଳ ଗୁଡିକର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବା ବହୁତ କମ ଦେଖିବାକୁ ମିଳିଛି ।

ତେବେ ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ କହିଛନ୍ତି ବିଜେପି ସମସ୍ତ ପ୍ରାର୍ଥୀ ଚୁଡାନ୍ତ କରି ସାରିଛି। ଆସନ୍ତାକାଲି ସୁଦ୍ଧା ସମସ୍ତ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ । ସେହିପରି ଜିଲ୍ଲାରେ ୨୬ଟି ଆସନ ମଧ୍ୟରୁ କୋଡ଼ିଏ ଆସନରେ ବିଜେପି ବିଜୟୀ ଲାଭ କରିବେ ବୋଲି ସେ କହିଛନ୍ତି ।

ପଞ୍ଚାୟତ ନିର୍ବାଚନ ନାମାଙ୍କନ ଦାଖଲକୁ ନେଇ ନବରଙ୍ଗପୁରରେ ତିନି ପ୍ରମୁଖ ରାଜନୈତିକ ଦଳ ନେତାଙ୍କ ପ୍ରତିକ୍ରିୟା

ସେହିଭଳି କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ମୁନ୍ନା ତ୍ରୀପାଠୀ କହିଛନ୍ତି କଂଗ୍ରେସ ମଧ୍ୟ ତାର ସମସ୍ତ ପ୍ରାର୍ଥୀ ଚୁଡାନ୍ତ କରିସାରିଛି । କେବଳ ନାମାଙ୍କନ ବାକି ରହିଛି । ଆମେ ୨୬ ଜିଲ୍ଲା ପରିଷଦ ଆସନରେ ବିଜୟ ଲାଭ କରିବୁ ବୋଲି ତ୍ରିପାଠୀ କହିଛନ୍ତି ।

ଅନ୍ୟପଟେ ବିଜେଡ଼ି ଜିଲ୍ଲା ସଭାପତି ତଥା ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ମଧ୍ୟ ବିଜେଡିର ସମସ୍ତ ପ୍ରାର୍ଥୀ ଚୁଡାନ୍ତ ହୋଇ ସାରିଥିବା କହିବା ସହ ଆସନ୍ତାକାଲି ମଧ୍ୟରେ ସମସ୍ତ ୨୬ଟି ଜିଲ୍ଲା ପରିଷଦ ଆସନ ଏବଂ ଏହା ଅନ୍ତର୍ଗତ ସମସ୍ତ ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ ମେମ୍ବର ପଦବୀ ପାଇଁ ନାମାଙ୍କନ ଦାଖଲ କରିବେ ।

ସେହିଭଳି ୨୬ ଜିଲ୍ଲା ପରିଷଦ ଆସନରେ ବିଜେଡ଼ି ବିଜୟ ଲାଭ କରିବ ବୋଲି ସେ କହିଛନ୍ତି। ଜିଲ୍ଲାରେ ବର୍ତ୍ତମାନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ତିନି ପ୍ରମୁଖ ରାଜନୈତିକ ଦଳ ପ୍ରସ୍ତୁତି ଚଳାଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details