ଓଡିଶା

odisha

ETV Bharat / state

ସ୍ମାର୍ଟ କ୍ଲାସରୁମ ପରିଦର୍ଶନ କଲେ ନବରଙ୍ଗପୁର ଜିଲ୍ଲାପାଳ, ପୁରସ୍କୃତ ହେଲେ ଛାତ୍ର

ନବରଙ୍ଗପୁର ଜିଲ୍ଲାପାଳ ଝରିଗାଁ ସ୍ଥିତ ଉଚ୍ଚ ବିଦ୍ୟାଳୟର ସ୍ମାର୍ଟ କ୍ଲାସରୁମ ପରିଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

ସ୍ମାର୍ଟ କ୍ଲାସରୁମ ପରିଦର୍ଶନ କଲେ ନବରଙ୍ଗପୁର ଜିଲ୍ଲାପାଳ
ସ୍ମାର୍ଟ କ୍ଲାସରୁମ ପରିଦର୍ଶନ କଲେ ନବରଙ୍ଗପୁର ଜିଲ୍ଲାପାଳସ୍ମାର୍ଟ କ୍ଲାସରୁମ ପରିଦର୍ଶନ କଲେ ନବରଙ୍ଗପୁର ଜିଲ୍ଲାପାଳ

By

Published : Sep 2, 2021, 6:50 PM IST

Updated : Sep 2, 2021, 6:59 PM IST

ନବରଙ୍ଗପୁର: ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଝରିଗାଁ ସ୍ଥିତ ନୋଡ଼ାଲ ସରକାରୀ ନୂତନ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ସ୍ମାର୍ଟ କ୍ଲାସରୁମ ପରିଦର୍ଶନ କରିଛନ୍ତି । ବିଦ୍ୟାଳୟର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ତୁରନ୍ତ ଅସମ୍ପୂର୍ଣ୍ଣ କାର୍ଯ୍ୟଗୁଡିକୁ ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସ୍ମାର୍ଟ କ୍ଲାସରୁମ ପରିଦର୍ଶନ କଲେ ନବରଙ୍ଗପୁର ଜିଲ୍ଲାପାଳ, ପୁରସ୍କୃତ ହେଲେ ଛାତ୍ର

ଜିଲ୍ଲାପାଳ ବୁଧବାର ଝରିଗାଁ ଗସ୍ତରେ ଆସି ପ୍ରଥମେ ଝରିଗାଁ ଠାରେ JMFCର ନୂତନ କୋର୍ଟ ଉଦଘାଟନ ଉତ୍ସବରେ ଯୋଗ ଦେଇଥିଲେ । ଏହାପରେ ନୋଡ଼ାଲ ସରକାରୀ ଉଚ୍ଚ ବିଦ୍ୟାଳୟର ସ୍ମାର୍ଟକ୍ଲାସର ରୁମକୁ ପରିଦର୍ଶନ କରିଥିଲେ । ସେପଟେ ବିଦ୍ୟାଳୟର ଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ତୁରନ୍ତ ଅସମ୍ପୂର୍ଣ୍ଣ କାର୍ଯ୍ୟ ଗୁଡିକୁ ସମ୍ପୂର୍ଣ୍ଣ କରିବା ପାଇଁ କହିଥିଲେ । ଏହାସହିତ ଶ୍ରେଣୀ ଗୃହରେ ପିଲାମାନେ ତଳେ ବସି ପାଠ ପଢୁଥିବାର ଦେଖି ଜିଲ୍ଲାପାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସତ୍ୟନାରାୟଣ ମେହେରଙ୍କୁ ଯଥାଶୀଘ୍ର ପିଲାଙ୍କ ପାଇଁ ଚେୟାର ଟେବୁଲର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଏହି ସମୟରେ ଜିଲ୍ଲାପାଳ ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସମ୍ବଳ ବିଷୟରେ ପ୍ରଶ୍ନ କରିଥିଲେ । ତେବେ ଦଶମ ଶ୍ରେଣୀର ଛାତ୍ର ଖୀରଦ ମାଝୀ ଜିଲ୍ଲାପାଳଙ୍କୁ ସମସ୍ତ ପ୍ରଶ୍ନର ଉତ୍ତର ଠିକ ଭାବେ ଦେଇଥିଲେ ତେଣୁ ଜିଲ୍ଲାପାଳ ଖୁସି ହୋଇ ନିଜ ପକେଟରୁ ପେନ କାଢି ଛାତ୍ର ଖୀରଦଙ୍କୁ ପ୍ରଦାନ କରିଥିଲେ । ଜିଲ୍ଲାପାଳଙ୍କ ଏହିପରି କାର୍ଯ୍ୟକୁ ଜନସାଧାରଣ ପ୍ରଶଂସା କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Sep 2, 2021, 6:59 PM IST

ABOUT THE AUTHOR

...view details