ନବରଙ୍ଗପୁର: ବର୍ଷ ବର୍ଷ ଧରି ଜଳବନ୍ଦୀ ହୋଇ ରହିଛି ୫ଟି ଗାଁ । ନା ଅଛି ରାସ୍ତା ନା ମିଳୁଛି ମୌଳିକ ସୁବିଧା । ମୁଖ୍ୟସ୍ରୋତରୁ ବିଚ୍ଛିନ୍ନ ଏହି ଗାଁରେ ବସବାସ କରନ୍ତି ଶତାଧିକ ପରିବାର । ବିକାଶ ପାଇଁ ଯାତାୟାତ ବାଧକ ସାଜିଛି । ଶାସକ ତଥା ପ୍ରଶାସକ ସେମାନଙ୍କ ଅସୁବିଧା ନେଇଁ ହୃଦୟଙ୍ଗମ କରିଥିଲେ ହେଁ ବିସ୍ତିର୍ଣ୍ଣ ଇନ୍ଦ୍ରାବତୀ ଜଳ ଭଣ୍ଡାର ବିକାଶ ପାଇଁ ପ୍ରତିବନ୍ଧକ ସାଜୁଛି । ଏହି କ୍ରମରେ ନବରଙ୍ଗପୁର ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅନ୍ୟା ଦାସ ଜଳବନ୍ଦୀ ଅଞ୍ଚଳରେ ପହଞ୍ଚି ଲୋକଙ୍କ ଜୀବନ ଶୈଳୀ ତଥା ଅଞ୍ଚଳର ବିକାଶ ନେଇ ତଦାରଖ କରି ଫେରିଥିବା ଜଣାପଡିଛି ।
ସେଠାରୁ ଚାରି କିଲୋମିଟର ଜଙ୍ଗଲ ପାହାଡ଼ ରାସ୍ତାରେ ଚାଲି ଚାଲି ଗୁରୁମାଇଁ ଗୁଡା ଗ୍ରାମରେ ପହଞ୍ଚି ଲୋକଙ୍କ ଜୀବନ ଶୈଳୀ ବିଷୟରେ ପଚାରି ବୁଝିଥିଲେ । ଗୁରୁମାଇଁ ଗୁଡାରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ଯାଇ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅନ୍ୟା ଦାସ ପିଲାଙ୍କୁ କିଛି ସମୟ ଧରି ପଠା ପଢାଇଥିଲେ । ବହୁବର୍ଷ ଧରି ଜଳବନ୍ଦୀ ଅଞ୍ଚଳରେ ଗମନାଗମନ, ବିଜୁଳି ପାନୀୟଜଳ ତଥା ଜୀବିକା କ୍ଷେତ୍ରରେ ଅନେକ ସମସ୍ୟା ଦେଖାଦେଇଥିବା ଗ୍ରାମବାସୀ ପ୍ରକାଶ କରିଥିଲେ । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ସମେତ ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ ମଞ୍ଚାଗାଁ ପଞ୍ଚାୟତ ଅନ୍ତର୍ଗତ ଢ଼େପଗୁଡା ଜଳ ଭଣ୍ଡାର ପଠାରେ ପହଞ୍ଚିଥିଲେ । ଢ଼େପଗୁଡା ଜଳ ଭଣ୍ଡାର ପଠାରୁ ଏକ ଯନ୍ତ୍ର ଚାଳିତ ବୋଟ ଯୋଗେ ପ୍ରାୟ ପାଞ୍ଚ କିଲୋମିଟର ଜଳ ଯାତ୍ରା କରି ଘାଟଗୁଡା ନିକଟରେ ପହଞ୍ଚିଥିଲେ ।