ଓଡିଶା

odisha

ETV Bharat / state

ସମ୍ପନ୍ନ ହେଲା ମାଁ କଳା ଧାରିଣୀ ଓ ମୁଣ୍ଡା ଦେବୀଙ୍କ ନବକଳେବର - subarnapur district news

ନବରଙ୍ଗପୁର ସଦର ବ୍ଲକ ଅନ୍ତର୍ଗତ ତାରାଗାଁ ଠାରେ ସମ୍ପନ୍ନ ହେଲା ମାଁ କଳା ଧାରିଣୀ ଓ ମୁଣ୍ଡା ଦେବୀଙ୍କ ନବକଳେବର। କୋଭିଡ କଟକଣା ମଧ୍ୟରେ ସମ୍ପନ୍ନ ହେଲା ସମସ୍ତ ନୀତିକାନ୍ତି । ଅଧିକ ପଢନ୍ତୁ...

ସମ୍ପନ୍ନ ହେଲା ମାଁ କଳା ଧାରିଣୀ ଓ ମୁଣ୍ଡା ଦେବୀଙ୍କ ନବକଳେବର
ସମ୍ପନ୍ନ ହେଲା ମାଁ କଳା ଧାରିଣୀ ଓ ମୁଣ୍ଡା ଦେବୀଙ୍କ ନବକଳେବର

By

Published : Jun 21, 2021, 10:59 PM IST

ନବରଙ୍ଗପୁର: ସଦର ବ୍ଲକ ଅନ୍ତର୍ଗତ ତାରାଗାଁ ଠାରେ ୩ ବର୍ଷ ବ୍ୟବଧାନରେ ମାଁ କଳା ଧାରିଣୀ ଓ ମୁଣ୍ଡା ଦେବୀଙ୍କ ନବକଳେବର ବିଧି ପାରମ୍ପରିକ ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଯାଇଛି। ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ସମ୍ପାଦିତ ହୋଇଥିଲା ।

ସମ୍ପନ୍ନ ହେଲା ମାଁ କଳା ଧାରିଣୀ ଓ ମୁଣ୍ଡା ଦେବୀଙ୍କ ନବକଳେବର

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବଦାମୁଣ୍ଡା ଗ୍ରାମର ପୂଜକ ଭୀମ ଯାନୀଙ୍କୁ ତାରାଗାଁ ଗ୍ରାମର ପୂଜାରୀ ଓ ଗ୍ରାମବାସୀଙ୍କ ଦ୍ୱାରା ସ୍ୱାଗତ ସମ୍ୱର୍ଦ୍ଧନା ଦେବା ସହିତ ବାଦ୍ୟନାଦ ସହ ପାଛୋଟି ଅଣାଯାଇଥିଲା । ପରେ ବାଡେଇ ଦମ୍ବରୁ ସୌରାଙ୍କ ଘରେ କାଠରେ ନିର୍ମିତ ୩ଟି ସ୍ତମ୍ଭକୁ ପୂଜାର୍ଚ୍ଚନା କରାଯାଇ ଗ୍ରାମ ଦେବାଦେବୀଙ୍କ ପ୍ରତୀକ ଲାଠି, ମୁନ୍ଦୁରା ଆଦିକୁ ଏକ ସଭାଯାତ୍ରାରେ ଅଣାଯାଇ ପ୍ରଥମେ ମାଁ ମୁଣ୍ଡା ଦେବୀଙ୍କ ଆସ୍ଥାନରେ ପହଞ୍ଚିଥିଲେ । ଏବଂ ପ୍ରଥମେ ମାଁ ମୁଣ୍ଡା ଦେବୀଙ୍କୁ ପୂଜାର୍ଚ୍ଚନା କରାଯାଇ ପୁରୁଣା ସ୍ତମ୍ଭକୁ ଆସ୍ଥାନରୁ ବାହାର କରାଯାଇ ନୂତନ ସ୍ତମ୍ଭକୁ ସ୍ଥାପନ କରି ନବକଳେବର କରାଯିବା ପରେ ମାଁ କଳା ଧାରିଣୀ ମନ୍ଦିରରେ ଯାଇ ସେଠାରେ ମଧ୍ଯ ଆଦିବାସୀ ପରମ୍ପରା ଅନୁଯାୟୀ ପୂଜାବିଧି କରାଯାଇଛି ।

ମାଁ କଳା ଧାରିଣୀଙ୍କ ଦୁଇ ଗୋଟି ନୂତନ ସ୍ତମ୍ଭକୁ ସ୍ଥାପନ କରି ନବକଳେବର କରାଯାଇ ପଣାପାଣି, ଧୂପଦୀପ, ନଡ଼ିଆ,କଦଳୀ ଆଦି ଅର୍ପଣ କରାଯିବା ପରେ କୁକୁଡ଼ା, ହଂସ, ଛେଳି ଆଦି ବଳି ଦିଆଯାଇଥିଲା । ଏହା କରିବା ଦ୍ୱାରା ଗ୍ରାମବାସୀଙ୍କ ମଙ୍ଗଳ ହୁଏ ବୋଲି ବିଶ୍ୱାସ ରହିଛି । ଏହି ନବକଳେବର ନୀତି ବା ଯାତ୍ରାକୁ 3ବର୍ଷ ବ୍ୟବଧାନରେ କରାଯାଉଥିବା ବେଳେ ଏଥିରେ ବଦାମୁଣ୍ଡା ଗ୍ରାମର ପରଜା ସମ୍ପ୍ରଦାୟର ପୂଜକ ଓ ଲୋକଙ୍କ ଦ୍ୱାରା ସମସ୍ତ ପୂଜାବିଧି କରାଯାଇଥାଏ । ଗ୍ରାମବାସୀ ଓ ଗ୍ରାମର ପୂଜାରୀ, ଦିଶାରୀ, ଚାଲାଣ, ଗଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥାନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details