ଓଡିଶା

odisha

ETV Bharat / state

ପୌର ନିର୍ବାଚନ: ନବରଙ୍ଗପୁରେ ନାମାଙ୍କନ ଦାଖଲ କଲେ ଆଶାୟୀ ପ୍ରାର୍ଥୀ - ନବରଙ୍ଗପୁର ପୌର ନିର୍ବାଚନ

ପୌର ନିର୍ବାଚନର ଶେଷ ଦିନରେ ୧୭ ୱାର୍ଡ ବିଶିଷ୍ଟ ନବରଙ୍ଗପୁର ପୌରପରିଷଦ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳର ସମସ୍ତ ପ୍ରାର୍ଥୀଙ୍କ ସହ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଅଧିକ ପଢନ୍ତୁ

ପୌର ନିର୍ବାଚନ: ନବରଙ୍ଗପୁରେ ନାମାଙ୍କନ ଦାଖଲ କଲେ ଆଶାୟୀ ପ୍ରାର୍ଥୀ
ପୌର ନିର୍ବାଚନ: ନବରଙ୍ଗପୁରେ ନାମାଙ୍କନ ଦାଖଲ କଲେ ଆଶାୟୀ ପ୍ରାର୍ଥୀ

By

Published : Mar 8, 2022, 1:08 PM IST

ନବରଙ୍ଗପୁର: ପୌର ନିର୍ବାଚନର ଶେଷ ଦିନରେ ୧୭ ୱାର୍ଡ ବିଶିଷ୍ଟ ନବରଙ୍ଗପୁର ପୌରପରିଷଦ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳର ସମସ୍ତ ପ୍ରାର୍ଥୀଙ୍କ ସହ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଚଳିତ ମାସ ଦୁଇ ତାରିଖରୁ ପୌର ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ହାତ ଗଣତି କିଛି ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଶେଷ ଦିନରେ ସମସ୍ତ ରାଜନୈତିକ ଦଳର ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ପୌର ନିର୍ବାଚନ: ନବରଙ୍ଗପୁରେ ନାମାଙ୍କନ ଦାଖଲ କଲେ ଆଶାୟୀ ପ୍ରାର୍ଥୀ

ସମସ୍ତ ରାଜନୈତିକ ଦଳର ପୌରାଧ୍ୟକ୍ଷ ପ୍ରାର୍ଥୀଙ୍କ ସହ କାଉନସିଲର ପ୍ରାର୍ଥୀ ମାନେ ନିଜ ନିଜ ଦଳର ନେତା ତଥା ସମର୍ଥକ ଗହଣରେ ପଟୁଆରରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଗତ ଦୁଇ ଦିନ ପୂର୍ବେ କଂଗ୍ରେସ ଦଳଛାଡି ବିଜେଡି କ୍ୟାମ୍ପରେ ଯୋଗ ଦେଇଥିବା ଭୀମ ହରିଜନ ବିଜେଡିର ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

ସେହିପରି ବିଜେପିରୁ କୁନୁ ନାୟକ ଓ କଂଗ୍ରେସରୁ ନିଲମ ହରିଜନ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଏଥିସହ ସମସ୍ତ ୧୭ ଟି ଯାକ ୱାର୍ଡ ପାଇଁ ସମସ୍ତ କାଉନସିଲର ପ୍ରାର୍ଥୀ ମାନେ ପ୍ରାର୍ଥୀପତ୍ର ଦାଖଲ କରିବା ସହ ଦଳୀୟ ଟିକେଟ ନପାଇ ବଞ୍ଚିତ ହୋଇଥିବାରୁ ଅସନ୍ତୁଷ୍ଟକର୍ମୀ ମାନେ ମଧ୍ୟ କାଉନସିଲର ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

ନବରଙ୍ଗପୁର ରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details