ଓଡିଶା

odisha

ETV Bharat / state

ନବରଙ୍ଗପୁର ମରୁଡି ସ୍ଥିତି ସମୀକ୍ଷା କଲେ ସାଂସଦ ବସନ୍ତ ପଣ୍ଡା - basanta panda in nabarangapur

ସାଂସଦ ବସନ୍ତ ପଣ୍ଡା ନବରଙ୍ଗପୁର ଜିଲ୍ଲାରେ ପହଞ୍ଚିବା ପରେ ବିଜେପି ଦଳ ପକ୍ଷରୁ ତାଙ୍କୁ ବିଭିନ୍ନ ସ୍ଥାନରେ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିବାବେଳେ ଚନ୍ଦାହାଣ୍ଡିରେ ପ୍ରଥମେ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିଥିଲେ। ଅଧିକ ପଢନ୍ତୁ...

ନବରଙ୍ଗପୁର ମରୁଡି ସ୍ଥିତି ସମୀକ୍ଷା କଲେ ସାଂସଦ ବସନ୍ତ ପଣ୍ଡା
ନବରଙ୍ଗପୁର ମରୁଡି ସ୍ଥିତି ସମୀକ୍ଷା କଲେ ସାଂସଦ ବସନ୍ତ ପଣ୍ଡା

By

Published : Sep 8, 2021, 9:39 PM IST

ନବରଙ୍ଗପୁର: ରାଜ୍ଯରେ ବର୍ତ୍ତମାନ ମରୁଡ଼ି ସ୍ଥିତି ଦେଖାଦେଇଛି । ସରକାର ଚାଷୀଙ୍କୁ ସାର ଯୋଗାଇବାରେ ବିଫଳ ହୋଇଥିବା ବେଳେ ଜମିକୁ ଜଳ ଯୋଗାଇ ପାରୁନାହାନ୍ତି। ଏପରି ସ୍ଥିତିରେ ରାଜ୍ୟର ସାମ୍ପ୍ରତିକ ମରୁଡ଼ି ପରିସ୍ଥିତିର ସମୀକ୍ଷା କରିବା ପାଇଁ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ନେତୃତ୍ତ୍ବରେ ବିଜେପିର ଏକ ପ୍ରତିନିଧି ଦଳ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଳକ ଗସ୍ତ କରିଛନ୍ତି ।

ନବରଙ୍ଗପୁର ମରୁଡି ସ୍ଥିତି ସମୀକ୍ଷା କଲେ ସାଂସଦ ବସନ୍ତ ପଣ୍ଡା

ସାଂସଦ ପଣ୍ଡା ନବରଙ୍ଗପୁର ଜିଲ୍ଲାରେ ପହଞ୍ଚିବା ପରେ ବିଜେପି ଦଳ ପକ୍ଷରୁ ତାଙ୍କୁ ବିଭିନ୍ନ ସ୍ଥାନରେ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ଚନ୍ଦାହାଣ୍ଡିରେ ପ୍ରଥମେ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ ସେ ଚନ୍ଦାହାଣ୍ଡିର ବିଭିନ୍ନ ଗ୍ରାମ ଗସ୍ତ କରି ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ ଏବଂ ଚାଷ ଜମି ଗୁଡିକ ପରିଦର୍ଶନ କରିଥିଲେ। ଏହି ସମୟରେ ଜନୈକ ଚାଷୀ ନିଜ ଧାନ ଜମିରେ ଗାଈ ଚରାଉଥିବା ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ।

ରାଜ୍ୟର ଅପାରଗ ସରକାର କେବଳ ବାହାବା ମାରୁଥିବାବେଳେ ଚାଷୀଙ୍କୁ ଉଚିତ୍ ସମୟରେ ସାର ଏବଂ ଜମିକୁ ଜଳ ଯୋଗାଇବାରେ ବିଫଳ ହୋଇଛନ୍ତି । ତେଣୁ ଆଜି ଚାଷୀ ଦୁର୍ଦ୍ଦିନରେ ଥିବା ସାଂସଦ ପଣ୍ଡା ଅଭିଯୋଗ କରିବା ସହ ଚାଷୀଙ୍କ ଋଣ ଛାଡ କରିବା ତଥା ଚାଷୀଙ୍କୁ ଆନୁସାଙ୍ଗିକ ଆର୍ଥିକ ସହାୟତା କରିବା ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବେ ବୋଲି କହିଛନ୍ତି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details