ନବରଙ୍ଗପୁର: ପୋଖରୀରେ ବୁଡି ମାଆ ଓ 11 ମାସ ଶିଶୁକନ୍ୟାର ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜିଲ୍ଲାର ରାଇଘର ବ୍ଲକ୍ ହାଟଭରଣ୍ଡି ଗ୍ରାମରେ । ଯେଉଁଠି ଉକ୍ତ ଗ୍ରାମର ପ୍ରକାଶ ଗଣ୍ଡଙ୍କ ସ୍ତ୍ରୀ ରୋଶନୀ ଗଣ୍ଡ ନିଜ 11 ମାସର ଶିଶୁ କନ୍ୟାକୁ ସାଙ୍ଗରେ ଧରି ସକାଳୁ ଶୌଚ ପାଇଁ ନିକଟସ୍ଥ ଗାଁ ପୋଖରୀକୁ ଯାଇଥିଲେ ।
ପୋଖରୀରେ ବୁଡି ମାଆ ସହ 11 ମାସ ଶିଶୁକନ୍ୟାର ମୃତ୍ୟୁ
ପୋଖରୀରେ ବୁଡି ମାଆ ଓ 11 ମାସର ଶିଶୁ କନ୍ୟାର ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ୍ ହାଟଭରଣ୍ଡି ଗ୍ରାମରେ । ଅଧିକ ଖବର ପଢନ୍ତୁ...
ପୋଖରୀରେ ବୁଡି ମାଆ ସହ 11 ମାସର ଶିଶୁକନ୍ୟାର ମୃତ୍ୟୁ
କିନ୍ତୁ କୌଣସି କାରଣ ବଶତଃ ପାଣିରେ ବୁଡି ଉଭୟଙ୍କ ମୃତ୍ୟୁ ହୋଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ସେପଟେ ଘଟଣାର ଖବର ପାଇ କୁନ୍ଦେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ ଉଦ୍ଧାର କରିଥିବାବେଳେ ପୋଖରୀଟି ଅଧିକ ଗଭୀର ଥିବାରୁ ଶିଶୁକନ୍ୟାର ମୃତଦେହକୁ ଖୋଜିବାକୁ ରାଇଘର ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିବା ଜଣାପଡିଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ