ଓଡିଶା

odisha

ETV Bharat / state

ମୋଟର ସାଇକେଲ ଡିକି ଭାଙ୍ଗି ଟଙ୍କା ଲୁଟ୍‌

ନବରଙ୍ଗପୁର ଏସ୍‌ବିଆଇ ଏଟିଏମ୍ ନିକଟରେ ଗୋଟିଏ ମୋଟର ସାଇକେଲ ଡିକିରୁ ଲୁଟ୍ ହୋଇଛି କୋଡିଏ ହଜାର ଟଙ୍କା ।

By

Published : Aug 2, 2019, 4:41 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ଦିନଦ୍ବିପହରେ ଜନଗହଳିପୂର୍ଣ୍ଣ ସ୍ଥାନରୁ ଲୁଟ୍ । ସହରର ଏସ୍‌ବିଆଇ ଏଟିଏମ୍ ନିକଟରେ ଗୋଟିଏ ମୋଟର ସାଇକେଲ ଡିକିରୁ ଲୁଟ୍ ହୋଇଛି କୋଡିଏ ହଜାର ଟଙ୍କା । ତେବେ ଲୁଟ୍‌ର ଶୀକାର ହୋଇଥିବା ବ୍ୟକ୍ତି ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ପାପଡାହାଣ୍ଡି ବ୍ଳକର ଶିରିସୀ ଗ୍ରାମର ଗିରିଧାରୀ ମାଳି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଗିରିଧାରୀ ବ୍ୟାଙ୍କରୁ ଟଙ୍କା ଉଠାଇ ଆଣିବାକୁ ଯାଇଥିଲେ। ସହର ମଧ୍ୟରେ ଗୋଟିଏ ଦୋକାନ ଆଗରେ ଗାଡି ରଖି କିଛି ଜିନିଷ କିଣିବାକୁ ଯାଇଥିବା ସମୟରେ ତାଙ୍କ ସହ ଘଟିଥିଲା ଏହି ଅଘଟଣ । ଦୋକାନରୁ ଜିନିଷ କିଣି ଆସିବା ପରେ ସେ ଗାଡି ଡିକି ଖୁଲୋ ଥିବାର ଦେଖିଥିଲେ । ଏହାପରେ ସେ ନବରଙ୍ଗପୁର ଥାନାରେ ଏକ ଏତଲା ଦେଇଥିଲେ ।

ତେବେ ଏପରି ଏକ ଘଟଣା ନବରଙ୍ଗପୁର ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିବାବେଳେ ଏହାକୁ ନେଇ ତଦନ୍ତ ଜାରି କରିଛି ପୋଲିସ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details