ଓଡିଶା

odisha

ETV Bharat / state

ନବରଙ୍ଗପୁରରେ ଖୋଲିଲା ମାଣ୍ଡିଆ ଓ ଧାନ ମଣ୍ଡି - ନବରଙ୍ଗପୁରରେ ଖୋଲିଲା ଧାନ ଓ ମାଣ୍ଡିଆ ମଣ୍ଡି

ରବିବାର ସହରର ମୁଖ୍ୟ ବଜାର ପ୍ରାଙ୍ଗଣରେ ଜିଲ୍ଲାସ୍ତରୀୟ ମଣ୍ଡିର ଉଦଘାଟନ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ନବରଙ୍ଗପୁର ଅତିରକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଯୋଗଦାନ କରି ମଣ୍ଡିର ଉଦଘାଟନ କରିଥିଲେ।

nabarangpur
ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

By

Published : Dec 1, 2019, 5:33 PM IST


ନବରଙ୍ଗପୁର: ଜିଲ୍ଲାରେ ଖୋଲିଲା ଧାନ ଓ ମାଣ୍ଡିଆ ମଣ୍ଡି । ରବିବାର ସହରର ମୁଖ୍ୟ ବଜାର ପ୍ରାଙ୍ଗଣରେ ଜିଲ୍ଲାସ୍ତରୀୟ ମଣ୍ଡିର ଉଦଘାଟନ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ନବରଙ୍ଗପୁର ଅତିରକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଯୋଗଦାନ କରି ମଣ୍ଡିର ଉଦଘାଟନ କରିଥିଲେ। ଏହି ଅବସରରେ ଚାଷୀଙ୍କୁ ମଣ୍ଡି ବାବଦରେ ସଚେତନ କରିବା ପାଇଁ ଏକ ପ୍ରଚାର ରଥକୁ ପତାକା ଦେଖାଇ ଉଦଘାଟନ କରିଥିଲେ। ଏହି ପ୍ରଚାର ରଥର ଜିଲ୍ଲାର ସମସ୍ତ ଗାଁ କୁ ବୁଲି ଧାନ ମଣ୍ଡି ଓ ମାଣ୍ଡିଆ ମଣ୍ଡି ବାବଦରେ ପ୍ରଚାର କରି ଚାଷୀକୁ ସଚେତନ କରାଇବା ଲକ୍ଷ୍ୟ ରଖାଯାଇଛି ।

ନବରଙ୍ଗପୁର ଜିଲ୍ଲାର ୫୪ଟି ଜାଗାରେ ମଣ୍ଡି ଖୋଲି ଚାଷୀଙ୍କ ଠାରୁ ଧାନ କ୍ରୟ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ପ୍ରତ୍ୟେକ ମଣ୍ଡିରେ ଚାଷୀଙ୍କ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଥିଲା । ଚାଷୀ, ଦଲାଲ ପ୍ରଲୋଭନରେ ନ ପଡି ମଣ୍ଡିକୁ ଏଫଏକ୍ୟୁ ମାନର ଧାନ ଆଣି ସରକାର ମୂଲ୍ୟରେ ଉଚିତ ଦର ପାଇବା ପାଇଁ ପରାମର୍ଶ ଦିଆଯାଇଥିଲା।

ଚଳିତ ବର୍ଷ ୨୦ ହଜାର ୩୪୯ ଜଣ ଚାଷୀ ରେଜିଷ୍ଟେସନ କରିଥିବାବେଳେ ବର୍ତ୍ତମାନ ୫ ହଜାର ଚାଷୀଙ୍କ ଟୋକେନ୍ ଆସିଥିବା ଉପଜିଲ୍ଲାପାଳ ଜଣାଇଥିଲେ। ପ୍ରଥମ ପର୍ଯ୍ୟାୟରେ ୧୦ ଲକ୍ଷ ୮୦ ହଜାର କ୍ବିଣ୍ଟାଲ ମେଟ୍ରିକ ଟନ ଧାନ ଟାର୍ଗେଟ ଆସିଥିବା ଏବଂ ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜଳସେଚିତ ଜମି ପାଇଁ ଏକର ପିଛା ୧୯ କ୍ବିଣ୍ଟାଲ ଏବଂ ଅଣଜଳସେଚିତ ଜମି ପାଇଁ ୧୩ କ୍ବିଣ୍ଟାଲ ଧାନ କ୍ରୟ କରିବା ପାଇଁ ନିର୍ଦ୍ଧାରିତ କରାଯାଇଥିବା ନେଇ ସୂଚନା ଦିଆଯାଇଥିଲା । ସରକାରଙ୍କ ଏହି ନିୟମକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ବିରୋଧ କରିଥିବା ଦେଖାଦେଇଥିଲା । କାରଣ ଚଳିତ ବର୍ଷ ଜିଲ୍ଲାରେ ଭଲ ଚାଷ ହୋଇଥିବାବେଳେ ଯଦି ସରକାର ଚାଷୀଙ୍କ ଠାରୁ ଅଧିକ ଧାନ କ୍ରୟ ନ କରନ୍ତି ତେବେ ସେମାନଙ୍କ ଠାରେ ଥିବା ବଳକା ଧାନ କେଉଁଠିକୁ ନେବେ ବୋଲି ପ୍ରଶ୍ନ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ସଭାରେ ଉପସ୍ଥିତ ଥିବା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଚାଷୀଙ୍କ ଏହି ସମସ୍ୟା ବିଷୟରେ ଅବଗତ ହେବା ସହିତ ଚାଷୀଙ୍କ ଏହି ସମସ୍ୟା ବାବଦରେ ଆଗାମୀ ଦିନରେ ଟାର୍ଗେଟ ବୃଦ୍ଧି କରିବା ପାଇଁ ଚେଷ୍ଟା କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ଯଦି ବିଧାୟକ ତାଙ୍କ ପ୍ରତିଶ୍ରୁତି ପାଳନ ନ କରନ୍ତି ଆଗାମୀ ଦିନରେ ଦୃଢ଼ ପ୍ରତିବାଦ କରାଯିବା ନେଇ ଚାଷୀ ଚେତାବନୀ ଦେଇଥିଲେ । ଏଥିସହ ଚଳିତ ମଣ୍ଡିକୁ ଦଲାଲ ମୁକ୍ତ କରିବା ଏବଂ ଦଲାଲଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ପ୍ରକାଶ କରିଥିଲେ ବିଧାୟକ । ଏଥିସହ ଚଳିତ ବର୍ଷ ଜିଲ୍ଲା ରେ ପ୍ରଥମ ଥର ଧାନ ମଣ୍ଡି ସହିତ ମାଣ୍ଡିଆ ପାଇଁ ମଧ୍ୟ ମଣ୍ଡି ଖୋଲାଯାଇଛି । ପ୍ରତ୍ୟେକ ଧାନ ମଣ୍ଡି ରେ ଏହି ମାଣ୍ଡିଆ ମଧ୍ୟ କ୍ରୟ କରାଯିବା ନେଇ ନିଷ୍ପତି ନିଆଯାଇଛି।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details