ନବରଙ୍ଗପୁର: ମୋବାଇଲ ଦୋକାନରୁ ସଟର ତାଡି ଲୁଟିନେଲା ଦୁର୍ବୃତ୍ତ । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ସଦର ମହକୁମା ଠାରେ ଥିବା ସାହିଲ ମୋବାଇଲ ଦୋକାନରୁ ଜଣେ ଦୁର୍ବୃତ୍ତ ସଟର ଭାଙ୍ଗି ମୋବାଇଲ ଚୋରି କରି ନେଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ରବିବାର ଚନ୍ଦାହାଣ୍ଡି ବ୍ଲକ ସମ୍ମୁଖରେ ଥିବା ସାହିଲ ମୋବାଇଲ ଦୋକାନରୁ କିଛି ଦୁର୍ବୃତ୍ତ ସଟର ଭାଙ୍ଗି ଦୋକାନରେ ଥିବା ପ୍ରାୟ ୩୦ଟି ମୋବାଇଲ ଫୋନ ଓ କିଛି ସ୍ପିକର ନେଇଯାଇଥିଲେ । ପ୍ରତିଦିନ ଭଳି ସାହିଲ ନିଜର ଦୋକାନ ଖୋଲିବାକୁ ଆସିଥିବା ବେଳେ ସଟର ଭାଙ୍ଗି ଯାଇଥିବା ସହ ଅଳ୍ପ ଖୋଲା ଥିବା ଦେଖି ଚନ୍ଦାହାଣ୍ଡି ଥାନାରେ ଏନେଇ ଅଭିଯୋଗ କରିଥିଲେ ।