ନବରଙ୍ଗପୁର: ଡାବୁଗାଁ ବିଧାୟକଙ୍କ ମନୋହର ରନ୍ଧାରୀଙ୍କ କାର ଧକ୍କାରେ ଓଲଟିଲା ଅଟୋ । ଫଳରେ 7ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ପ୍ରଧାନଗୁଡା ନିକଟରେ ଘଟିଛି ଏହି ଦୁର୍ଘଟଣା ।
ଏହି ଦୁର୍ଘଟଣାରେ ତୁମ୍ଭରଲା ଗାଁ ଡମୁ ଜାନି ଗୁରୁତର ଆହତ ହୋଇଛନ୍ତି । ତାଙ୍କ ଛାତିରେ ଗଭୀର ଆଘାତ ଲାଗିଛି । ଦୁର୍ଘଟଣା ପରେ ବିଧାୟକ ତାଙ୍କୁ ପ୍ରଥମେ ପାପଡାହାଣ୍ଡି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଆଣିଥିଲେ । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କୋରାପୁଟକୁ ସ୍ଥାନାନ୍ତର କରାଯାଇଛି ।