ନବରଙ୍ଗପୁର: ଜଣେ ଅସହାୟ ମହିଳାଙ୍କୁ ଥଇଥାନ କରିଛି ଜିଲ୍ଲା ପ୍ରଶାସନ । ଖୋର୍ଦ୍ଧା ଜଟଣୀ ସ୍ଥିତ ମିଶନ ଆଶ୍ରାଙ୍କୁ ମହିଳାଙ୍କୁ ପଠାଇ ଦିଆଯାଇଛି ।
ନିରାଶ୍ରୟ ମହିଳାଙ୍କୁ ଆଶ୍ରା ଦେଲା ମିଶନ ଆଶ୍ରା - Mission Shelter gave shelter
ନବରଙ୍ଗପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରୁ ଜଣେ ନିରାଶ୍ରୟ ମହିଳାଙ୍କୁ ଉଦ୍ଧାର କରାଯାଇଛି । ମହିଳାଙ୍କ କୌଣସି ଠିକଣା ନ ମିଳିବାରୁ ପ୍ରଶାସନ ପକ୍ଷରୁ ଚିକିତ୍ସା କରାଯାଇ ମିଶନ ଆଶ୍ରାକୁ ପଠାଯାଇଛି ।
ନିରାଶ୍ରୟ ମହିଳାଙ୍କୁ ଆଶ୍ରା ଦେଲା ମିଶନ ଆଶ୍ରା
ଶନିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ମହିଳାଙ୍କୁ କେହି ଛାଡି ଦେଇଥିଲା । ପରେ ୱାନ ଷ୍ଟପ ସେଣ୍ଟର ଓ ପ୍ରଶାସନ ପକ୍ଷରୁ ମିଳିତ ଭାବେ ଉଦ୍ଧାର କରାଯାଇ ମହିଳାଙ୍କୁ ପ୍ରଥମେ ଚିକିତ୍ସା କରାଯାଇଥିଲା । ତାଙ୍କର କୌଣସି ଠିକଣା ନ ମିଳିବାରୁ ତାଙ୍କୁ ମିଶନ ଆଶ୍ରାକୁ ପଠାଇ ଦିଆଯାଇଛି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ