ନବରଙ୍ଗପୁର: ୩ ଦିନିଆ ନବରଙ୍ଗପୁର ଗସ୍ତରେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜନ ବାର୍ଲା । ଜିଲ୍ଲାର ଉମରକୋଟ ଠାରେ ବିଭିନ୍ନ କାର୍ଯ୍ୟ କ୍ରମରେ ଯୋଗ ଦେଇଛନ୍ତି ମନ୍ତ୍ରୀ । ମନ୍ତ୍ରୀ ବାର୍ଲା ଉମରକୋଟ ଠାରେ ପହଞ୍ଚିବା ପରେ ତାଙ୍କୁ ଜିଲ୍ଲା ବିଜେପି ପକ୍ଷରୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।
କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନାରେ ଅନ୍ତର୍ଭୁକ୍ତ ଭାରତମାଳା ପରିଯୋଜନା ରାୟପୁର- ବିଶାଖାପଟନମ ରାସ୍ତା ନିର୍ମାଣ କାର୍ଯ୍ୟ ସ୍ଥଳ ପରିଦର୍ଶନ କରିଥିଲେ। ଏହି ଭାରତମାଳାରର ନିର୍ମାଣ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ କରିବା ପାଇଁ ସେ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ଧ୍ଵଜାଧାରୀ ଯୋଜନା ଜଳ ଜୀବନ ମିଶନ ତଦାରଖ କରିଥିଲେ। ମନ୍ତ୍ରୀ ବାର୍ଲା ସଂଖ୍ୟା ଲଘୁ ସଂଗଠନର କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରିବା ସହ ବିଜେପିର ବିଭିନ୍ନ ମଣ୍ଡଳ କାର୍ଯ୍ୟ କର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି।