ଓଡିଶା

odisha

ଆତ୍ମହତ୍ୟା ଉଦ୍ୟମ କରୁଥିବା ନାବାଳିକାକୁ ନୂଆ ଜୀବନ ଦେଲେ ଅଗ୍ନିଶମ କର୍ମଚାରୀ

ଆମ୍ବଗଛରେ ଚଢି ଆତ୍ମହତ୍ୟା ଉଦ୍ୟମକଲେ ନାବାଳିକା । ଦଉଡି ସହାୟତାରେ ତଳକୁ ଓହ୍ଲାଇଥିଲେ ଅଗ୍ନିଶମ ବିଭାଗର କର୍ମଚାରୀ । ଅଧିକ ପଢନ୍ତୁ

By

Published : Jul 30, 2022, 1:13 PM IST

Published : Jul 30, 2022, 1:13 PM IST

Updated : Jul 30, 2022, 4:36 PM IST

ଆମ୍ବ ଗଛରେ ଚଢି ନାବାଳିକାର ଆତ୍ମହତ୍ୟା ଉଦ୍ୟମ
ଆମ୍ବ ଗଛରେ ଚଢି ନାବାଳିକାର ଆତ୍ମହତ୍ୟା ଉଦ୍ୟମ

ନବରଙ୍ଗପୁର: ନାବାଳିକାର ଉନ୍ମତକାଣ୍ଡ । ଆମ୍ବଗଛରେ ଚଢି ଆତ୍ମହତ୍ୟା ଉଦ୍ୟମକଲେ ନାବାଳିକା । ତେବେ ଦେବଦୂତ ସାଜି ଅଗ୍ନିଶମ ବିଭାଗ କର୍ମଚାରୀ ଅଳ୍ପକେ ଜୀବନ ବଞ୍ଚାଇବା ପରେ ଟଳିଯାଇଛି ଅଘଟଣ । ଏଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଡ଼ଙ୍ଗରିଗୁଡା ଅଞ୍ଚଳରେ । ନାବାଳିକା ଜଣକ ହେଉଛନ୍ତି ଟଇଁଲାଗୁଡା ଗ୍ରାମର ବଂଶୀ ଗଉଡଙ୍କ ଝିଅ । ସୂଚନା ଅନୁସାରେ, ଗତ କିଛି ବର୍ଷ ହେଲା ସବିତା ଡ଼ଙ୍ଗରିଗୁଡା ସ୍ଥିତ ନିଜ ଅଜାଙ୍କ ଘରେ ରହିଆସୁଥିଲେ ।

କୌଣସି କାରଣରୁ ନାବାଳିକା ଜଣଙ୍କ ଗତକାଲି(ଶୁକ୍ରବାର) ଅପରାହ୍ନରେ ଘରୁ ଚାଲିଯାଇ ନିଜ ଘରପାଖରେ ଥିବା ଆମ୍ବ ଗଛରେ ଚଢିଯାଇ ନିଜ ଓଢଣୀ ସାହାଯ୍ୟରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ସେହି ଗ୍ରାମର ଏକ ଯୁବକ ସଭାସିଂ କୁମ୍ଭାର ଏହାକୁ ଦେଖି ଗଛ ଉପରେ ଚଢି ଯାଇ ସବିତାଙ୍କୁ ଧରି ସ୍ଥାନୀୟ ଲୋକଙ୍କୁ ପାଟିକରି ଡ଼ାକିଥିଲେ ।

ଆତ୍ମହତ୍ୟା ଉଦ୍ୟମ କରୁଥିବା ନାବାଳିକାକୁ ନୂଆ ଜୀବନ ଦେଲେ ଅଗ୍ନିଶମ କର୍ମଚାରୀ

ପରେ ସେ ସେହି ଗଛ ଉପରେ ଚଢି ଯାଇ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ପରେ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଡାବୁଗାଁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗର କର୍ମଚାରୀ ସେଠାରେ ପହଞ୍ଚି ଉକ୍ତ ୨ ଜଣଙ୍କୁ ଗଛ ଉପରୁ ଉଦ୍ଧାର କରିବାପାଇଁ ଯାଇଥିଲେ । ପ୍ରାୟ ୨ ଘଣ୍ଟା ସମୟ ଚେଷ୍ଟା କରିବା ପରେ ଅଗ୍ନିଶମ ବିଭାଗର କର୍ମଚାରୀ ଏଲଏଫଏମ ଉପେନ୍ଦ୍ର ମହାରଣା, ମଙ୍ଗଳଦାନ ହିକକ୍କା, ମାନସିଂ ଶବର, ହେମନ୍ତ ନାୟକ, ମଳୟ ନାୟକ, ପ୍ରଶନ୍ନ ବିଶ୍ଵାଳ ସେମାନଙ୍କୁ ଉଦ୍ଧାର କରିଥିଲେ । ଗଛ ଉପରେ ଚଢି ସାହସର ସହ ନାବାଳିକାର ଜୀବନ ରକ୍ଷା କରିଥିବାରୁ ସଭାସିଂଙ୍କୁ ସ୍ଥାନୀୟ ବାସିନ୍ଦା ସାବାସୀ ଦେଇଛନ୍ତି ।

ପରେ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଡାବୁଗାଁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବରପାଇ ଅଗ୍ନିଶମ ବିଭାଗର କର୍ମଚାରୀ ସେଠାରେ ପହଞ୍ଚି ପ୍ରାୟ ୨ ଘଣ୍ଟା ସମୟ ଚେଷ୍ଟା କରିବା ପରେ ଉଦ୍ଧାର କରିଥିଲେ । ଏହାପରେ ନାବାଳିକାଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଗଛ ଉପରେ ଚଢି ସାହସର ସହ ନାବାଳିକାର ଜୀବନ ରକ୍ଷା କରିଥିବାକୁ ପ୍ରୟାସ କରିଥିବା ଯୁବକ ସଭାସିଂଙ୍କୁ ଧନ୍ୟବାଦ ଜଣାଇଛନ୍ତି ସ୍ଥାନୀୟବାସୀ ।

ଇଟିଭି ଭାରତ, ନବରଙ୍ଗପୁର

Last Updated : Jul 30, 2022, 4:36 PM IST

ABOUT THE AUTHOR

...view details