ନବରଙ୍ଗପୁର: ସ୍କୁଲ୍ ଭିତରେ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ । ଏହି ପାଶବିକତା ଘଟାଇଥିବା ସୈତାନ ଆଉ କେହି ନୁହନ୍ତି, ଖୋଦ୍ ସ୍କୁଲର ଶିକ୍ଷକ । ନବରଙ୍ଗପୁର ଜିଲ୍ଲାର ଏକ ଆଶ୍ରମ ସ୍କୁଲ୍ରୁ ଏଭଳି ଅମାନୁଷିକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଞ୍ଚଳ ସ୍ଥିତ ଏକ ଆଶ୍ରମ ବିଦ୍ୟାଳୟରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ସହ ଦୁଇ ଜଣ ଶିକ୍ଷକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ପୀଡିତାଙ୍କ ବାପାମାଆ କୁନ୍ଦେଇ ଫାଣ୍ଡିରେ ଅଭିଯୋଗ କରିବା ପରେ ପୋଲିସ ଦୁଇ ଶିକ୍ଷକଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖି ପଚରାଉଚରା କରୁଛି ।
ଏବେ ପୀଡିତା ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାବେଳେ ତାଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହାକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି, "ଶିକ୍ଷା ବିଭାଗ ପାଖରେ ଏ ସମ୍ପର୍କିତ କୌଣସି ଖବର ନାହିଁ । ଯଦି ଅଭିଯୋଗ ଆସେ ତାହେଲେ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।" ତେବେ ନବରଙ୍ଗପୁର ଜିଲ୍ଲାରେ କିଛି ବର୍ଷ ବ୍ୟବଧାନରେ ପୁଣି ଏପରି ଆଶ୍ରମ ବିଦ୍ୟାଳୟ ନିର୍ଯାତନା ଅଭିଯୋଗ ଆସିଛି ।
ଏହାମଧ୍ୟ ପଢନ୍ତୁ: ରାଜଧାନୀରେ ଲଜ୍ଜା, ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଏମବିଏ ଛାତ୍ର ଗିରଫ