ନବରଙ୍ଗପୁର: ଡାକ୍ତରଙ୍କ ଅବହେଳା କାରଣରୁ ଜଣେ ନାବଳକର ମୃତ୍ୟୁ ହୋଇଥିବା ନେଇ ପରିବାର ପକ୍ଷରୁ ରାଇଘର ଥାନାରେ ଅଭିଯୋଗ ହୋଇଛି । ସ୍ଥାନୀୟ ରାଇଘର ବ୍ଲକ ଡୁମୁରିମୁଣ୍ଡା ଗାଁର ମୋହାଙ୍ଗୁ ଗଣ୍ଡଙ୍କ 16 ବର୍ଷୀୟ ପୁଅ ପୂର୍ଣ୍ଣ ଗଣ୍ଡଙ୍କ ପେଟ ବ୍ୟଥା, ଗୋଡ ହାତ ବ୍ୟଥା ହେବାରୁ ସ୍ଥାନୀୟ ଡୁମୁରିମୁଣ୍ଡା ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତରଙ୍କୁ ବାରମ୍ବାର ଡାକିବା ପରେ ବି ଡାକ୍ତର ଉଠି ନଥିଲେ । ଫଳରେ ଏକ ଘଣ୍ଟା ପରେ ଆଉ ଜଣେ ସହାୟକ ଡାକ୍ତରଙ୍କୁ ଯୋଗାଯୋଗ କରାଯାଇଥିଲା ।
ଡାକ୍ତରୀ ଅବହେଳାରୁ ନାବାଳକର ମୃତ୍ୟୁ, ତାତିଲେ ପରିବାର ଓ ଗ୍ରାମବାସୀ
ଡାକ୍ତରଙ୍କ ଅବହେଳା କାରଣରୁ ଜଣେ ନାବଳକର ମୃତ୍ୟୁ ହୋଇଥିବା ନେଇ ପରିବାର ପକ୍ଷରୁ ରାଇଘର ଥାନାରେ ଅଭିଯୋଗ ହୋଇଛି ।
ସହାୟକ ଡାକ୍ତରଙ୍କ ପରାମର୍ଶ କ୍ରମେ ନାବାଳକଙ୍କୁ ସିଧା ଉମରକୋଟ ମେଡିକାଲକୁ ନିଆଯାଇଥିଲା । ଏହାପରେ ନାବାଳକକୁ ଉମରକୋଟ ନେବା ସମୟରେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏପରି ଅଭାବନୀୟ ଘଟଣା ପାଇଁ ପରିବାର ଓ ଗ୍ରାମବାସୀଙ୍କର ଡୁମୁରିମୁଣ୍ଡା ମେଡିକାଲ ଡାକ୍ତରଙ୍କ ସହ ବଚସା ହୋଇଥିଲା । ଏନେଇ ରାଇଘର ଥାନାରେ ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ନାବଳକର ମୃତ୍ୟୁ ହୋଇଥିବା ନେଇ ମାମଲା ରୁଜୁ କରାଯାଇଥିଲା । ଅଭିଯୋଗ ପରେ ରାଇଘର ପୋଲିସ ମୃତଦେହକୁ ବ୍ୟବଛେଦ କରାଇବା ପରେ ପରିବାର ଲୋକଙ୍କୁ ନାବଳକର ମୃତଦେହ ହସ୍ତାନ୍ତର କରିଥିଲା ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ