ନବରଙ୍ଗପୁର: ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ପରଜା ବାରଙ୍ଗ ପଦର ପଞ୍ଚାୟତରେ ଘଟିଛି ଅଘଟଣ । କୂଅରୁ ଉଦ୍ଧାର ହୋଇଛି ନିଖୋଜ ନାବାଳକର ମୃତଦେହ। ତେବେ ମୃତ ନାବାଳକ ଜଣକ ହେଲେ ବିଶୋଇ ସାହିର ବାବୁଲା ପାଇକ(16) ବୋଲି ଜଣାପଡିଛି। ଏପଟେ ପରିବାର ଲୋକେ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି ।
ସୂଚନା ଅନୁଯାୟୀ, ବାବୁଲା ପାଇକ ଓ ବାପା ଅଭି ପାଇକ ବେଲଗାଁ ଗ୍ରାମରୁ ଆସି ୩ ମାସରୁ ଉର୍ଦ୍ଧ ହେବ ତେନ୍ତୁଳିଖୁଣ୍ଟି ବ୍ଲକ ବାରଙ୍ଗ ପଦର ଗ୍ରାମରେ ନିଜ ମଉସା ମାଉସୀଙ୍କ ଘରେ ରହୁଥିଲା । ଗତ ତା ୧୭/୧୦/୨୦୨୨ ରିଖ ଦିନ ୧ଘଣ୍ଟା ରୁ ବାବୁଲା କୁଆଡେ ନିଖୋଜ ହୋଇଥିଲା । ଏନେଇ ତାଙ୍କ ନିଜ ବାପା ମାଆ ଏବଂ ଗ୍ରାମର ଲୋକମାନେ ବହୁତ ଖୋଜାଖୋଜି ପରେ ମଧ୍ୟ ପାଇ ନଥିଲେ । ପରେ ଅସ୍ତବ୍ୟସ୍ତ ହୋଇ ଗତରାତିରେ ସ୍ଥାନୀୟ ଖାତିଗୁଡା ପୋଲିସ ଷ୍ଟେସନ ରେ ଏକ ନିଖୋଜ ଅଭିଯୋଗ ଦେଇଥିଲେ । ପରେ ଗ୍ରାମବାସୀ ସ୍ଥାନୀୟ ପରଜା ବାରଙ୍ଗପଦର ଗ୍ରାମର ବିଶୋଇ ସାହିର ଏକ କୂଅ ମଧ୍ୟରେ ଦୁର୍ଗନ୍ଧ ହେବାରୁ ଏନେଇ ପୋଲିସ ସୂଚନା ଦେଇଥିଲେ। ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପୋଲିସ ନାବାଳକର ମୃତଦେହ ଦେଖି ନିଖାଜ ନାବାଳକର ପରିବାରକୁ ଡାକି ଚିହ୍ନଟ କରିଥିଲେ।