ନବରଙ୍ଗପୁର: ରାଇଘର ବ୍ଲକ ଛତାବେଢ଼ା ରେ ଥିବା ପ୍ରବାସୀ ଶ୍ରମିକଙ୍କୁ କ୍ବାରେଣ୍ଟିନ ସେଣ୍ଟରରେ ଦିଆଯାଉଥିବା ଖାଦ୍ୟକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ ଓ ଫୋଟ । TMC ନୋଡାଲ ଅଫିସର କି ସରପଞ୍ଚ କେହି ମଧ୍ୟ ଏମାନଙ୍କ କଥା ଶୁଣୁନଥିବା ଅଭିଯୋଗ ହୋଇଛି। ଖାଦ୍ୟ ତାଲିକାରେ ମାଛ ଓ ମାଂସ ଥିବା ବେଳେ ପ୍ରବାସୀ ଶ୍ରମିକଙ୍କୁ ଅଣ୍ଡା ତରକାରୀ ଦିଆଯାଇଥିବା ନେଇ ପ୍ରତିବାଦ କରିଛନ୍ତି ଶ୍ରମିକ । କେବଳ ଏତିକି ନୁହେଁ ଭିଡିଓରେ ଖାଦ୍ୟ ଫୋପାଡିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି ।
ଖାଦ୍ୟ ତାଲିକାରେ ଅଛି ମାଂସ, ମିଳୁଛି ଅଣ୍ଡା: ଅସନ୍ତୋଷ ପ୍ରବାସୀ ଶ୍ରମିକ - ପ୍ରବାସୀ ଶ୍ରମିକ
କ୍ବାରେଣ୍ଟିନ ସେଣ୍ଟରର ଖାଦ୍ୟ ତାଲିକାରେ ମାଛ ଓ ମାଂସ ଥିବା ବେଳେ ପ୍ରବାସୀ ଶ୍ରମିକଙ୍କୁ ଅଣ୍ଡା ତରକାରୀ ଦିଆଯାଇଥିବା ନେଇ ପ୍ରତିବାଦ କରିଛନ୍ତି ଶ୍ରମିକ । ସୋସିଆଲ ମିଡାଇର ଭିଡିଓରେ ପ୍ରବାସୀ ଶ୍ରମିକ ଖାଦ୍ୟ ଫୋପାଡିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି ।
ମାଂସା ବଦଳରେ ଅଣ୍ଡା ମିଳିବାରୁ ଖାଦ୍ୟ ଫୋପାଡୁଛନ୍ତି ପ୍ରବାସୀ ଶ୍ରମିକ
ପ୍ରବାସୀ ଶ୍ରମିକଙ୍କ ପ୍ରତିବାଦକୁ ସୋସିଆଲ ମିଡିଆରେ ସମର୍ଥନ ମିଳୁନଥିଲେ ମଧ୍ୟ ଖାଦ୍ୟ ଫୋପାଡି ଥିବା ଯୋଗୁଁ ସାଧାରଣରେ ବିଭିନ୍ନ ଉପଦେଶ ଦିଆଯାଇଛି । ସୋସିଆଲ ମିଡ଼ିଆର କିଛି ଲୋକ ଶସ୍ତା ଲୋକପ୍ରିୟତା ସକାଶେ ଏହି ପ୍ରକାର ଭିଡିଓ କରାଇଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷେ କ୍ବାରେଣ୍ଟିନ ସେଣ୍ଟର ମଧ୍ୟରେ ଏପରି ସ୍ଥିତି ସୃଷ୍ଟି କରିବା ପଛରେ କିଛି ରାଜନୈତିକ ମନ୍ଦ ଉଦ୍ଦେଶ୍ୟ ଥିବାନେଇ ଅନୁମାନ କରାଯାଉଛି। ତେବେ ଏହି ଭିଡିଓ ନେଇ ସରକାରୀ ଅଧିକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ