ନବରଙ୍ଗପୁର: ରାଜ୍ୟ ସରକାର ରାଜ୍ୟ ଭିତରେ କୌଣସି ରୋଜଗାର ବ୍ୟବସ୍ଥା କରୁ ନ ଥିବାରୁ ଏଭଳି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବାକୁ ପଡୁଛି କହିବା ସହ କୋରୋନା ପରୀକ୍ଷା କରାଇବା ନେଇ ଜିଦରେ ଅଟଳ ପ୍ରବାସୀ ଶ୍ରମିକ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଅନ୍ତର୍ଗତ ରତାଖଣ୍ଡିଗୁଡ଼ା ସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ।
ଯେଉଁଠି ଦୀର୍ଘ ୭ ଦିନ ସଙ୍ଗରୋଧ କେନ୍ଦ୍ରରେ ରହିବା ପରେ ନିଜ ଘରକୁ ଯିବାକୁ ମନା କରିଛନ୍ତି ପ୍ରବାସୀ ଶ୍ରମିକ । ପ୍ରକାଶଥାଉକି, ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳର ପ୍ରାୟ ୭୫ ଜଣ ପ୍ରବାସୀ ଶ୍ରମିକଙ୍କୁ ରତାଖଣ୍ଡିଗୁଡ଼ା ପଞ୍ଚାୟତ ସ୍ଥିତ ବିଦ୍ୟାଳୟର ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧରେ ରଖାଯାଇଥିଲା । ସେମାନେ ସମସ୍ତେ ତାମିଲନାଡୁରୁ ଫେରି ୧ ତାରିଖରୁ ଏହି ସଙ୍ଗରୋଧ କେନ୍ଦ୍ରରେ ରହି ଆସୁଛନ୍ତି । ସେମାନଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା ରହିଥିବାବେଳେ ସେମାନଙ୍କ ମଧ୍ୟରୁ ୪୬ ଜଣକଙ୍କ ୭ ଦିନ ପୁରା ହେବା ପରେ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସେମାନଙ୍କୁ ବିଦାୟ ଜଣାଇଥିଲେ ।