ଓଡିଶା

odisha

ETV Bharat / state

ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରବାସୀ ଶ୍ରମିକ କରୁଛନ୍ତି ଯୋଗ ଅଭ୍ୟାସ - Migrant workers are practicing yoga

ଦେଶରେ କରୋନା ଭାଇରସର ସଂକ୍ରମଣ ପ୍ରତିଦିନ ଲଗାତାର ଭାବେ ବଢ଼ିବାରେ ଲାଗିଛି । ତେଣୁ ଓଡିଶା ବାହାରେ ରହୁଥିବା ପ୍ରବାସୀମାନେ ଅନ୍ୟ ରାଜ୍ୟରେ ରହି ବିଭିନ୍ନ ଅସୁବିଧାର ସମୁଖୀନ ହେଉଛନ୍ତି । ଏନେଇ ପ୍ରବାସୀମାନଙ୍କୁ ଫେରାଇ ଆଣିବା ନିମନ୍ତେ ସରକାର ନିଷ୍ପତି ନେବା ପରେ ନବରଙ୍ଗପୁର ଜିଲ୍ଲାକୁ ବିଭିନ୍ନ ରାଜ୍ୟରୁ ଲୋକ ଆସିବା ପରେ 21 ଦିନ ସେମାନଙ୍କୁ ସଙ୍ଗରୋଧ ଗୃହରେ ରଖାଯାଉଛି । ଏହି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ସେମାନଙ୍କୁ ଯୋଗ ଓ ବ୍ୟାୟାମ ଶିକ୍ଷା ଦିଆଯାଉଥିବାର ମଧ୍ୟ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

Migrant workers are practicing yoga at temporary health centers
ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରବାସୀ ଶ୍ରମିକ କରୁଛନ୍ତି ଯୋଗ ଅଭ୍ୟାସ

By

Published : May 20, 2020, 5:31 PM IST

ନବରଙ୍ଗପୁର: ଦେଶରେ କରୋନାଭାଇରସର ସଂକ୍ରମଣ ପ୍ରତିଦିନ ଲଗାତାର ଭାବେ ବଢ଼ିବାରେ ଲାଗିଛି । ସେହିପରି ଓଡିଶା ବାହାରେ ରହୁଥିବା ପ୍ରବାସୀମାନେ ଅନ୍ୟ ରାଜ୍ୟରେ ରହି ବିଭିନ୍ନ ଅସୁବିଧାର ସମୁଖୀନ ହେଉଛନ୍ତି ।

ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରବାସୀ ଶ୍ରମିକ କରୁଛନ୍ତି ଯୋଗ ଅଭ୍ୟାସ

ଏନେଇ ପ୍ରବାସୀମାନଙ୍କୁ ଫେରାଇ ଆଣିବା ନିମନ୍ତେ ସରକାର ନିଷ୍ପତି ନେବା ପରେ ନବରଙ୍ଗପୁର ଜିଲ୍ଲାକୁ ବିଭିନ୍ନ ରାଜ୍ୟରୁ ଲୋକ ଆସିବା ପରେ 21 ଦିନ ସେମାନଙ୍କୁ ସଙ୍ଗରୋଧ ଗୃହରେ ରଖାଯାଉଛି । ଏହି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ସେମାନଙ୍କୁ ଯୋଗ ଓ ବ୍ୟାୟାମ ଶିକ୍ଷା ଦିଆଯାଉଥିବାର ମଧ୍ୟ ଦେଖିବାକୁ ମିଳିଛି ।

ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରବାସୀ ଶ୍ରମିକ କରୁଛନ୍ତି ଯୋଗ ଅଭ୍ୟାସ

ସଙ୍ଗରୋଧ ଗୃହରେ ରହି ମଧ୍ୟ କିପରି ନିଜ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବେ ସେଥି ନିମନ୍ତେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ବିଭିନ୍ନ ବ୍ୟବସ୍ଥା ମଧ୍ୟ କରାଯାଇଛି । ସେହିପରି
ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର କୁଟ୍ରିଛାପର ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଠାରେ ବାହାର ରାଜ୍ୟରୁ ୫୪ ଜଣ ଆସି ରହିଛନ୍ତି ।

ସେହିପରି ଝରିଗାଁ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ଅନୁରୋଧ କ୍ରମେ ସଙ୍ଗରୋଧରେ ରହୁଥିବା ଶ୍ରମିକମାନଙ୍କ ରୋଗ ପ୍ରତିଶୋଧକ ଶକ୍ତି ବଢ଼େଇବା ନିମନ୍ତେ ଏକ ଖୁବ ସୁନ୍ଦର ବ୍ୟବସ୍ଥା କରିଛନ୍ତି । ଏକ ଏନଜିଓ ସଂସ୍ଥା ଶ୍ରମିକମାନଙ୍କୁ ଯୋଗ ଶିଖାଉଛନ୍ତି । ଏହାଦ୍ୱାରା ବାହାରୁ ଆସିଥିବା ଶ୍ରମିକମାନେ ସକାଳୁ ଉଠି ଯୋଗ ଅଭ୍ୟାସ କରୁଛନ୍ତି ।

ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରବାସୀ ଶ୍ରମିକ କରୁଛନ୍ତି ଯୋଗ ଅଭ୍ୟାସ

ପ୍ରତିଦିନ ସକାଳୁ ଯୋଗ କରିବା ଦ୍ୱାରା ମନ ସହ ଶରୀର ସୁସ୍ଥ ରହୁଛି, ଆମେ କାମ କରିବା ଲୋକ ବସି ରହିଲେ ଶରୀର ଧିମା ହୋଇଯିବ ଏଣୁ ଯୋଗ କରିବା ଦ୍ୱାରା ଆମର ଉପକାର ହେଉଛି ବୋଲି କହୁଛନ୍ତି ପ୍ରବାସୀ ଓଡ଼ିଆ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟି, ଇଟିଭି ଭାରତ

ABOUT THE AUTHOR

...view details