ନବରଙ୍ଗପୁର:ସ୍ୱାଧୀନତା ସଂଗ୍ରାମୀଙ୍କ ଶ୍ରାଦ୍ଧ ବାର୍ଷିକୀ ଓ ସ୍ବେଚ୍ଛାସେବୀ ସଂଗଠନ ମାତୃ ଆଶ୍ରୟ ଆଶ୍ରମ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ୧୩ତମ ମାତୃ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଛି । ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଜଗନ୍ନାଥ ତ୍ରିପାଠୀଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଦୀର୍ଘ 16ବର୍ଷ ହେବ ଏହି ମାତୃ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇ ଆସୁଛି । ଜିଲ୍ଲା ଶାସ୍ତ୍ରୀ ଭବନ ଠାରେ ଏହି ସମାରୋହ ଅନୁଷ୍ଠିତ ହୋଇଛି ।
ମାତୃ ଆଶ୍ରୟ ଆଶ୍ରମ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ୧୩ତମ ମାତୃ ସମ୍ମାନରେ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ନବରଙ୍ଗପୁର ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ର କାର୍ଯ୍ୟରତ ସେବିକା ସେବତୀ ସାହୁ, ସ୍ଵାଧୀନତା ସଂଗ୍ରାମୀଙ୍କ କନ୍ୟା ଲକ୍ଷ୍ମୀ ମାଝୀ ଓ ରାଜ୍ୟ ହସ୍ତ ଶିଳ୍ପ ପୁରସ୍କାର ପ୍ରାପ୍ତ ନବରଙ୍ଗପୁର ଲାଖ କାରିଗରୀ ପ୍ରଭାତୀ ପାତ୍ର ଏବଂ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷୟତ୍ରୀ ବିଶିଷ୍ଟ ଲେଖିକା ଜେମା ମଣି ବିଶୋୟୀଙ୍କୁ ସମ୍ମାନରେ ସମ୍ମାନିତ କରାଯାଇଛି । ତତ୍ ସଙ୍ଗେ ସଙ୍ଗେ ସଂଗ୍ରାମ ତଥା ସଂଗ୍ରାମୀଙ୍କ ସ୍ମୁତି ଉଦ୍ଦେଶ୍ୟରେ ବହୁ ପୁରାତନ ଇଂରେଜ ଶାସନ ସମୟର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅମଳର କୀର୍ତ୍ତିରାଜି ଫୋଟ ଓ ଅନ୍ୟାନ୍ୟ ସେସମୟର ଚରଖା ଠାରୁ ଆରମ୍ଭ କରି ପ୍ରାୟ ୫ ହଜାର ଫୋଟ ଚିତ୍ର ପ୍ରଦର୍ଶନୀରେ ସ୍ଥାନ ପାଇଥିଲା ।
ସମାରୋହ ସନ୍ଧ୍ୟା ସମୟରେ ନାଟକ"ଟୁରୀ ନଦୀର ଅନ୍ତର କଥା" ମଞ୍ଚସ୍ଥ ହୋଇଥିବା । ସ୍ଥାନୀୟ କଳାକାରମାନଙ୍କ ଦ୍ବାରା ଏହି ନାଟକ ପରିବେଷଣ କରା ଯାଇଥିଲା। ପ୍ରଜ୍ବଳିତ କ୍ରାନ୍ତି ମଶାଲ ପବିତ୍ର ରାମ ଧୂନ୍ ଓ ପାରମ୍ପାରିକ ବାଦ୍ୟ ମଧ୍ୟରେ ସମାରୋହକୁ ଉପଭୋଗ କରିଥିଲେ ଜିଲ୍ଲାବାସୀ । ଆଜି (ଗୁରୁବାର) ସହର ପରିକ୍ରମା କରି ସରକାରୀ କ୍ରାନ୍ତି ଦିବସ କାର୍ଯ୍ୟକ୍ରମ ପାପଡ଼ାହାଣ୍ଡିରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି ।